Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ହ୍ୱାଟସଆପରେ ଶାଢ଼ି ବିକ୍ରି, ମାସକୁ ରୋଜଗାର ଦେଢ଼ ଲକ୍ଷ

    Share on :
    ajab-Image
    Date: Nov 24, 2019    Views: 615

    ନିଜ ବିଷୟରେ ପ୍ରଚାର ପାଇଁ ଏବେ ସୋସିଆଲ ମିଡିଆ ଏକ ଶସ୍ତା ମଞ୍ଚ ପାଲଟିଛି । ଏଥିପାଇଁ ପ୍ରାୟ ସମସ୍ତେ ଏକାଧିକ ସୋସିଆଲ ମିଡିଆରେ ସକି୍ରୟ । କିନ୍ତୁ ଚେନ୍ନାଇର ସାନମୁଗା ପ୍ରିୟାଙ୍କ କ୍ଷେତ୍ରରେ ସୋସିଆଲ ମିଡିଆରେ ଅର୍ଥ କିଛି ଅଲଗା । ଫେସବୁକ ଓ ହ୍ୱାଟସ ଅପ ଭଳି ସର୍ବାଧିକ ଲୋକପି୍ରୟ ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ପାଇଁ ଅର୍ଥ ଉପାର୍ଜନର ବାଟ ତିଆରି କରିଛନ୍ତି ଏବଂ ତା ସାଙ୍ଗକୁ ପାଖାପାଖି ଦୁଇ ହଜାର ବ୍ୟକ୍ତିଙ୍କ ଲାଗି ସ୍ୱାବଲମ୍ବୀ ହେବାର ସୁଯୋଗ ସୃଷ୍ଟି କରିଛନ୍ତି । ଅନଲାଇନ ବ୍ୟବସାୟରୁ ପିୟାଙ୍କୁ ଏବେ ବିପୁଳ ଲାଭ ମିଳୁଛି । ମାସକୁ ରୋଜଗାର ଦେଢ଼ ଲକ୍ଷ ଟଙ୍କା । ସେ ନିଜେ ଏବେ ଶାଢ଼ି ତିଆରି କାମ ଆରମ୍ଭ କରିଛନ୍ତି । କେବଳ ଭାରତ ନୁହେଁ, ଇଂଲଣ୍ଡ, ଆମେରିକା ଏବଂ ଅଷ୍ଟ୍ରେଲିଆକୁ ମଧ୍ୟ ତାଙ୍କ ବ୍ୟବସାୟର ପସଲା ମେଲିଛି । ତାଙ୍କ ବ୍ୟବସାୟିକ ସଂସ୍ଥାର ନାଁ ୟୁନିକ୍ ଥ୍ରେଡସ ।’ପାଞ୍ଚ ବର୍ଷ ପୂର୍ବରୁ ଅର୍ଥାତ ୨୦୧୪ରେ ପ୍ରିୟା ମାତ୍ର କୋଡ଼ିଏ ଖଣ୍ଡ ଶାଢ଼ି ଏବଂ ସାଲୱାର କିଣିଥିଲେ । ସେଗୁଡ଼ିକର ଫଟୋ ଉଡ଼ାଇ ନିଜ ସାଙ୍ଗ ସାଥୀ ବନ୍ଧୁବାନ୍ଧବଙ୍କ ନିକଟକୁ ପଠାଇଥିଲେ । କିଛି ଦିନ ଭିତରେ ସେଗୁଡ଼ିକ ବିକି୍ର ହୋଇଗଲା ଏବଂ ସେ ଉତ୍ସାହିତ ହୋଇ ପୁଣି ଶାଢ଼ି ଶାଲୱାର ଆଦି କିଣିଲେ । ଏଥର ସେଗୁଡ଼ିକୁ ଫେସବୁକ ଓ ହ୍ୱାଟସଆପ ମାଧ୍ୟମରେ ଅନ୍ୟମାନଙ୍କ ନିକଟକୁ ପଠାଇଲେ । କ୍ରମେ ଚାହିଦା ବଢ଼ିଲା ଏବଂ ଅଧିକାରୁ ଅଧିକ ବ୍ୟକ୍ତିଙ୍କ ସହ ଯୋଡ଼ି ହେବା ପାଇଁ ହ୍ୱାଟସ ଅପ ଗ୍ରୁପ କଲେ । ଏବେ ପି୍ରୟାଙ୍କ ଦ୍ୱାରା ଦଶଟି ହ୍ୱାଟସ ଅପ ଗ୍ରୁପ ପରିଚାଳିତ ହେଉଛି ।

    Maximum 500 characters

    ଅଜବ View all

    Find Us on Facebook