Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ବେଣ୍ଟି

    Share on :
    ajab-Image
    Date: Jul 29, 2022    Views: 4340

    ନୂଆଦିଲ୍ଲୀ:  ଘରୋଇ ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ଆଜିଠୁ ଟି-ଟ୍ବେଣ୍ଟି ସିରିଜ ଆରମ୍ଭ ହେବାକୁ ଯାଉଛି । ତ୍ରିନିଦାଦ ବ୍ରାଏନ ଲାରା ଷ୍ଟାଡିୟମରେ ଖେଳାଯିବ ପ୍ରଥମ ଟି-ଟ୍ବେଣ୍ଟି ମ୍ୟାଚ । ଘରୋଇ ଦଳ ବିପକ୍ଷରେ ଦିନିକିଆ ସିରିଜ କ୍ଲିନ ସୁଇପ କଲା ପରେ ଦୃଢ ମନୋବଳରେ ରହିଛି ଭାରତ । ରୋହିତ ଶର୍ମାଙ୍କ ନେତୃତ୍ବରେ ପ୍ରଥମ ଟି-ଟ୍ବେଣ୍ଟି ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ସେପଟେ ଦିନିକିଆରେ କରିଥିବା ତ୍ରୁଟିକୁ ସୁଧାରି ଟି-ଟ୍ବେଣ୍ଟିରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଛି ଘରୋଇ ଦଳ ।

    ରୋହିତ ଶର୍ମା ଓ ଋଷବ ପନ୍ତ ଓପନିଂ କରିବେ । ୫ଟି ମ୍ୟାଚ ବିଶିଷ୍ଟ ସିରିଜରେ ଷ୍ଟାର ବ୍ୟାଟର ବିରାଟ କୋହଲି, ପେସ ବୋଲର ଯଶପ୍ରୀତ ବୁମରା, ଯୁଝବେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ ନାହିଁ । ଚହଲ କେବଳ ଦିନିକିଆ ଦଳରେ ସାମିଲ ଥିଲେ । ତାଙ୍କ ସ୍ଥାନରେ ଅଶ୍ବିନୀ ଓ କୁଲଦୀପ ଯାଦବ ସାମିଲ ହୋଇଛନ୍ତି । କୋହଲି ବୁମରା ୱେଷ୍ଟଇଣ୍ଡିଜ ସିରିଜରୁ ବାଦ ପଡିଛନ୍ତି । ଦିନିକିଆରେ ଧାୱନ ଦଳର ନେତୃତ୍ବ ନେଇଥିଲେ ଟି-ଟ୍ବେଣ୍ଟିରେ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ସାମିଲ ହୋଇଛନ୍ତି । ଲୋକେଶ ରାହୁଲ କୋରୋନା ସଂକ୍ରମିତ ଥିବାରୁ ଟି-ଟ୍ବେଣ୍ଟିରୁ ବାଦ ପଡିଛନ୍ତି ।
    ଦିନିକିଆ ସିରିଜରେ ପରାସ୍ତ ହୋଇଥିଲେ ବି ଟି-ଟ୍ବେଣ୍ଟି ଫର୍ମାଟରେ ଇଣ୍ଡିଜ ପାଖରେ ଯଥେଷ୍ଟ ସାମର୍ଥ୍ୟ ରହିଛି । ଏକାଧିକ ବ୍ୟାଟର ବିଶାଳ ସଟ ଖେଳିବାରେ ସିଦ୍ଧହସ୍ତ । ନିକୋଲାସ ପୂରନ ଓ କେଲି ମେୟର୍ସଙ୍କ ଫର୍ମରେ ରହିଛନ୍ତି । ଗତ ସିରିଜରେ ଇଣ୍ଡିଜ ୨-୧ରେ ବାଂଲାଦେଶକୁ ହରାଇଥିଲା । ଏହି ରଣନୀତିକୁ ଭାରତ ବିପକ୍ଷରେ ପ୍ରୟୋଗ କରିପାରେ ଦଳ । ଫେବ୍ରୁଆରୀରେ ଘରୋଇ ଦଳ ଭାରତ ଗସ୍ତରେ ଆସି ୦-୩ରେ ଟି-ଟ୍ବେଣ୍ଟି ସିରିଜରେ ପରାଜିତ ହୋଇଥିଲା । ଏ ସିରିଜରେ ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରୟାସ କରିବ ଦଳ ।

    Maximum 500 characters

    ଖେଳ ଖବର View all

    Find Us on Facebook