Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ୱେଷ୍ଟଇଣ୍ଡିଜ ଓ ଭାରତ ମଧ୍ୟରେ ତୃତୀୟ ଦିନିକିଆ

    Share on :
    ajab-Image
    Date: Jul 27, 2022    Views: 3963

    ନୂଆଦିଲ୍ଲୀ: ଘରୋଇ ୱେଷ୍ଟ ଇଣ୍ଡିଜ ଓ ଭାରତ ମଧ୍ୟରେ ଆଜି ତୃତୀୟ ତଥା ଅନ୍ତିମ ଦିନିକିଆ ଖେଳାଯିବ । ପ୍ରଥମ ୨ଟି ମ୍ୟାଚ୍‌ ଜିତି ସିରିଜ ହାତେଇ ସାରିଥିବା ଭାରତୀୟ ଦଳ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ରହିଛି । ଅନ୍ୟପଟରେ ଘରୋଇ ଦଳ ସମ୍ମାନ ବଞ୍ଚାଇବାକୁ ଲଢେଇ କରିବ । ରବିବାର ଅନୁଷ୍ଠିତ ଦ୍ୱିତୀୟ ମୁକାବିଲାରେ ଭାରତ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଥିଲା । ଶେଷ ୧୦ ଓଭରରେ ଭାରତକୁ ବିଜୟ ପାଇଁ ୧୦୦ ରନ୍‌ ଆବଶ୍ୟକ ହେଉଥିଲା । ଅକ୍ଷର ପଟେଲ ଚିତ୍ତାକର୍ଷକ ଅର୍ଦ୍ଧଶତକୀୟ ପାଳି ଖେଳି ଭାରତକୁ ବିଜୟୀ କରାଇଥିଲେ ।

    ବୁଧବାର ଆଧିପତ୍ୟ ବିସ୍ତାର କରି ଖେଳିବାକୁ ଭାରତ ପ୍ରୟାସ କରିବ । ଦଳର ଦୁଇ ମଧ୍ୟ କ୍ରମ ବ୍ୟାଟର ସୂର୍ୟ୍ୟକୁମାର ଯାଦବ ଓ ଦୀପକ ହୁଡ଼ା ଏପର୍ୟ୍ୟନ୍ତ ସଫଳ ହୋଇପାରି ନାହାନ୍ତି । ଉଭୟଙ୍କ ବ୍ୟାଟ୍‌ରୁ ଉପଯୋଗୀ ଇନିଂସ ଦେଖିବାକୁ ଭାରତୀୟ ପ୍ରଶଂସକ ଆଶା ରଖିବେ । ପ୍ରଥମ ୨ଟି ଯାକ ମ୍ୟାଚ୍‌ ପରାଜିତ ହୋଇଥିଲେ ହେଁ ଘରୋଇ ଦଳ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଦଳରେ ରହିଥିବା ଛୋଟ ମୋଟ ତ୍ରୁଟି ଯୋଗୁ ବିଜୟ ସମ୍ଭବ ହୋଇ ନ ଥିଲା ।

     ଏଥର ସବୁ ତ୍ରୁଟି ସୁଧାରି ୱେଷ୍ଟ ଇଣ୍ଡିଜ ଦଳ ଗ୍ରାଉଣ୍ଡକୁ ଓହ୍ଲାଇବ । ସାଇ ହୋପ୍‌ ଫର୍ମକୁ ଫେରିବା ଦଳ ପାଇଁ ଶୁଭଙ୍କର । ହେଲେ ଅଲ୍‌ରାଉଣ୍ଡର ଜାସନ ହୋଲ୍ଡରଙ୍କୁ ଏକାଦଶରେ ସ୍ଥାନ ନମିଳିବା ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କହିଲେ ଭୁଲ ହେବ ନାହିଁ । ଆଜି ସେ ଏକାଦଶକୁ ଫେରିବା ଆଶା କରାଯାଉଛି । ସେହିପରି ଅଲ୍‌ରାଉଣ୍ଡର କିମୋ ପଲ୍‌ ମଧ୍ୟ ଖେଳିବାକୁ ସୁଯୋଗ ପାଇବେ । ଭାରତ ପକ୍ଷରୁ ବ୍ୟାଟିଂ କ୍ରମରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଶୁଭମନ ଗିଲଙ୍କ ସ୍ଥାନରେ ଋତୁରାଜ ଗାଏକୱାଡ୍‌ଙ୍କୁ ସୁଯୋଗ ମିଳିବା ଆଶା କରାଯାଉଛି ।

    ବୋଲିଂ ବିଭାଗରେ ପରିବର୍ତ୍ତନ ନିଶ୍ଚିତ । ଅଭେଶ ଖାନ କିମ୍ବା ମହମ୍ମଦ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ ଓ ସେହି ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣା ଦଳକୁ ଫେରିବେ । 

    Maximum 500 characters

    ଖେଳ ଖବର View all

    Find Us on Facebook