Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ମିଳିବ ଶୁଭଫଳ ଘରେ ଝରଣା ପେଣ୍ଟିଂ ଲଗାଇଲେ

    Share on :
    ajab-Image
    Date: Aug 4, 2023    Views: 15705

    ଭୁବନେଶ୍ବର: ବାସ୍ତୁଶାସ୍ତ୍ର ଅନୁଯାୟୀ, ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଦ୍ୱାରା ଅନେକ ଶୁଭଫଳ ମିଳିଥାଏ। ଜଳର ସମ୍ପର୍କ ଧନ ସହିତ ମଧ୍ୟ ରହିଛି। ତେଣୁ ଘରର କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଦ୍ୱାରା ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ ହୋଇଥାଏ; ଯାହା ଫଳରେ ଘରେ ସୁଖ, ସମୃଦ୍ଧିର ବୃଦ୍ଧି ଘଟିଥାଏ ବୋଲି ବିଶ୍ୱାସ ରହିଛି। 

    ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଏମିତି ସ୍ଥାନରେ ଲଗାଇବା ଦରକାର, ଯେମିତିକି ପାଣିର ଧାରା ଘର ଭିତର ଆଡକୁ ଯାଉଥିବା ପରି ପ୍ରତୀୟମାନ ହେଉଥିବ। କାରଣ ଘର ଭିତରକୁ ପାଣି ପ୍ରବେଶ କରିବାର ଚିତ୍ର ଶୁଭ ସଙ୍କେତ ଦେଇଥାଏ।

    ଅତି ବଡ଼ ସାଇଜ୍‌ର ଝରଣାର ପେଣ୍ଟିଂ ହେଉ ଅବା ଫଟୋକୁ ଘରେ ଲଗାଇବା ଠିକ୍‌ ନୁହେଁ। କାରଣ ଏହା ଘରର ସୌନ୍ଦର୍ଯ୍ୟ ବଢାଇବା ପରିବର୍ତ୍ତେ କମାଇଥାଏ। ତା’ସହିତ ସକାରାତ୍ମକ ଊର୍ଜ୍ଜା ଉପରେ ବି ଖରାପ ପ୍ରଭାବ ପକାଇଥାଏ।

    ଘରର ଉତ୍ତର ଦିଗରେ ଥିବା କାନ୍ଥରେ ଝରଣାର ପେଣ୍ଟିଂ ଲଗାଇବା ଧନବୃଦ୍ଧି ଓ ସୁଖଶାନ୍ତିର ସଙ୍କେତ ଦେଇଥାଏ। ପୂର୍ବ ଓ ପଶ୍ଚିମ ଦିଗରେ ବି ଲଗାଇହେବ କିନ୍ତୁ ଦକ୍ଷିଣ ଦିଗରେ ଲଗାଇଲେ ଏହା ପରିବାର ଲୋକଙ୍କ ସ୍ବାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ବେଡ୍‌ରୁମ୍‌ରେ ବି ଝରଣାର ପେଣ୍ଟିଂ ଲଗାଇବା ଠିକ୍‌ ନୁହେଁ। 

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook