Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ବୃଦ୍ଧି

    Share on :
    ajab-Image
    Date: Sep 3, 2026    Views: 2360

    ୱାଶିଂଟନ/ତେହରାନ: ମଧ୍ୟପ୍ରାଚ୍ୟରେ ପୁଣି ଥରେ ଆମେରିକା ଓ ଇରାନ ମଧ୍ୟରେ ସଂଘର୍ଷ ବୃଦ୍ଧି ପାଇବାରେ ଲାଗିଛି। ଇରାନର ଦକ୍ଷିଣରେ ଥିବା ହର୍ମୋଜଗାନ୍ ପ୍ରଦେଶରେ ଏକ ବିବାହ ଉତ୍ସବ ଚାଲିଥିବା ସମୟରେ ଆମେରିକାର କ୍ଷେପଣାସ୍ତ୍ର ଆକ୍ରମଣରେ ୫ଜଣଙ୍କର ମୃତ୍ୟୁ ଏବଂ ୫୦ରୁ ଅଧିକ ଆହତ ହୋଇଥିବା ଇରାନ ରେଡ୍‌ କ୍ରେସେଣ୍ଟ କହିଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛନ୍ତି। ଆମେରିକାର ଏପରି ଆକ୍ରମଣକୁ ଇରାନ ଯୁଦ୍ଧ ଅପରାଧ ବୋଲି କହିଛି। ଆମେରିକାର ଏହି ଆକ୍ରମଣ ପରେ ଇରାନ ପ୍ରତିଆକ୍ରମଣ କରିଛି। ଜୋର୍ଡାନ, ବାହାରିନ ଓ କୁଏତରେ ଥିବା ଆମେରିକୀୟ ସୈନ୍ୟଘାଟିକୁ ଲକ୍ଷ୍ୟ କରି ଇରାନ କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ କରିଛି। ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଜୋର୍ଡାନରେ ଥିବା ଆମେରିକୀୟ ବେସ ‘କ୍ୟାମ୍ପ ଟିଟିନ୍’ ଉପରେ ବାଲିଷ୍ଟିକ ମିସାଇଲ ମାଡ଼ କରିଥିବା ଦାବି କରିଛି। ଏହାସହ ବାହାରିନରେ ଥିବା ‘ଶେଖ୍ ଇସା’ ଆମେରିକୀୟ ବାୟୁସେନା ଘାଟି ଉପରେ ବ୍ୟାପକ ଡ୍ରୋନ ଆକ୍ରମଣ କରାଯାଇଛି।
    ଅନ୍ୟପକ୍ଷରେ ଆମେରିକାର କେନ୍ଦ୍ରୀୟ କମାଣ୍ଡ ସେଣ୍ଟକମ୍ ଏକ ବିବୃତିରେ କହିଛି ଯେ ଆମେରିକୀୟ ସେନା ସେପ୍ଟେମ୍ବର ୧ରେ ଇରାନ ସାମରିକ ଘାଟି ଉପରେ ସଫଳତାର ସହିତ ଆକ୍ରମଣ କରିଛି। ସେଣ୍ଟକମ୍ ଅନୁଯାୟୀ, ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ(ଆଇଆରଜିସି)ର ବାୟୁ ପ୍ରତିରକ୍ଷା ସ୍ଥଳ, ରାଡାର ସିଷ୍ଟମ, ସାମୁଦ୍ରିକ ସମ୍ପତ୍ତି, ମାଇନ୍ ବିଛାଇବା କ୍ଷମତା ଏବଂ ଯୋଗାଯୋଗ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ସେଣ୍ଟକମ୍ କହିଛି ଯେ ମଧ୍ୟପ୍ରାଚ୍ୟରେ ୫୦ ହଜାରରୁ ଅଧିକ ଆମେରିକୀୟ ସୈନ୍ୟ ମୁତୟନ ଅଛନ୍ତି ଏବଂ ସେମାନେ ହାଇ ଆଲର୍ଟରେ ଅଛନ୍ତି।
    ଆମେରିକା ଆକ୍ରମଣର ଜବାବରେ ଇରାନର ଇସଲାମିକ୍ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ ଜୋର୍ଡାନରେ ଥିବା ଆମେରିକୀୟ ପ୍ରିନ୍ସ ହାସନ ବାୟୁସେନା ଘାଟି ଉପରେ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏହା ସହ ବାହାରିନରେ ଏକ ଆମେରିକୀୟ ଘାଟି ଉପରେ ବଡ଼ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି ବୋଲି ଇରାନ ଗଣମାଧ୍ୟମ ରିପୋର୍ଟ କରିଛି। ଜୋର୍ଡାନ କହିଛି ଯେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଏହାର ଆକାଶ ସୀମାରେ ପ୍ରବେଶ କରିଥିବା ୧୩ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମଧ୍ୟରୁ ୧୦ଟିକୁ ନଷ୍ଟ କରିଛି, ଯେତେବେଳେ ୩ଟି କ୍ଷେପଣାସ୍ତ୍ର ଜନବସତି ଅଞ୍ଚଳରୁ ଦୂରରେ ପଡ଼ିଛି। ଏହି ସମୟରେ କୁଏତ କହିଛି ଯେ, ଇରାନ ଆକ୍ରମଣ ପରେ ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁଙ୍କ ଡ୍ରୋନ୍ ଆକ୍ରମଣର ପ୍ରଭାବଶାଳୀ ଜବାବ ଦେଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook