Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାଣନ୍ତୁ ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ

    Share on :
    ajab-Image
    Date: Jun 15, 2026    Views: 3442

    ନୂଆଦିଲ୍ଲୀ; ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାୟ ୪ ମାସ ଧରି ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ରବିବାର ଏହାକୁ ନିଶ୍ଚିତ କରିଛନ୍ତି । ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି ଯେ, ଆମେରିକା ଏବଂ ଇରାନ ମଧ୍ୟରେ ଚୁକ୍ତି ହୋଇଛି । ହୋର୍ମୁଜ ପ୍ରଣାଳୀ ଏବେ ସାରା ବିଶ୍ୱରୁ ସମସ୍ତ ଜାହାଜ ପାଇଁ ଖୋଲାଯିବ, ଏବଂ ଇରାନ ବନ୍ଦର ଉପରେ ଆମେରିକାର ନୌସେନା ଅବରୋଧ ମଧ୍ୟ ତୁରନ୍ତ ପ୍ରତ୍ୟାହାର କରାଯିବ । ଆସନ୍ତା ୧୯ ତାରିଖରେ ସୁଜରଲ୍ୟାଣ୍ଡର ଜେନେଭାରେ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବ । ପ୍ରସ୍ତାବିତ ଆମେରିକା-ଇରାନ ଚୁକ୍ତିନାମାରେ ୧୪ ବଡ଼ ସର୍ତ୍ତ ରହିଛି । ଇରାନ ପାଣ୍ଠି ରିଲିଜ, ତେଲ ଉପରେ କଟକଣା ହଟାଇବାରୁ ନେଇ ହୋର୍ମୁଜ ଖୋଲିବା ଯାଏ ପିସ୍‌ ଡିଲ୍‌ରେ ପ୍ରମୁଖ ସର୍ତ୍ତ ସ୍ଥାନିତ ହୋଇଛି । ଜାଣନ୍ତୁ କଣ ସେହି ୧୪ ପ୍ରମୁଖ ସର୍ତ୍ତ ।

    ଆମେରିକା-ଇରାନ୍ ଡିଲ୍‌ର ୧୪ ମୁଦ୍ଦା- ଆମେରିକା ସହ ପ୍ରସ୍ତାବିତ ୧୪ ସୂତ୍ରୀ ଡ୍ରାଫ୍ଟ MoU ଜାରି କରିଛି ଇରାନ୍ । ଅନ୍ତର୍ଜାତୀୟ ମିଡିଆ ରିପୋର୍ଟ ଅନୁସାରେ ସ୍ବାକ୍ଷରିତ ହେବ ୧୪ ସୂତ୍ରୀ MoU । ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଶାନ୍ତି ଡିଲ୍ରେ ରହିଛି ୧୪ ପ୍ରମୁଖ ସର୍ତ୍ତ ।

    ୧. ଯୁଦ୍ଧ ତୁରନ୍ତ ଏବଂ ସବୁଦିନ ପାଇଁ ବନ୍ଦ କରାଯିବ । ଏଥିରେ ଲେବାନନ ମୋର୍ଚ୍ଚା ବି ସାମିଲ ହେବ ।

    ୨.ଆମେରିକା-ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ।

    ୩.୩୦ ଦିନ ଭିତରେ ହୋର୍ମୁଜରୁ ସଂପୂର୍ଣ୍ଣ ଅବରୋଧ ହଟାଇବ ଆମେରିକା ।

    ୪.୬୦ ଦିନ ମଧ୍ୟରେ ଇରାନ୍ର ଫ୍ରିଜ୍ ହୋଇଥିବା ୧୨ ବିଲିଅନ୍ ଡଲାର ରିଲିଜ କରିବ

    ୫. ଇରାନ ଆଖପାଖ ଅଞ୍ଚଳରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର କରିବେ ।

    ୬. ଇରାନୀ ତୈଳ ଓ ପେଟ୍ରୋକେମିକାଲ୍ସ ଉପରୁ ହଟିବ କଟକଣା

    ୭.ଆମେରିକା ଏହାର ସହଯୋଗୀ ଦେଶ ୩୦୦ ବିଲିଅନ ଡଲାର ସହାୟତା ଦେବେ

    ୮.ପରମାଣୁ ଅସ୍ତ୍ର ବିକଶିତ କାର୍ଯ୍ୟକ୍ରମ ବନ୍ଦ କରିବ ଇରାନ୍

    ୯.ଇରାନ୍ରେ ପୁନଃନିର୍ମାଣ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ଦେବ ଆମେରିକା

    ୧୦.-ସମସ୍ତ ଫ୍ରଣ୍ଟରୁ ତୁରନ୍ତ ଓ ସ୍ଥାୟୀ ଭାବେ ଆକ୍ରମଣ ବନ୍ଦ ହେବ

    ୧୧. ଆଲୋଚନା ସମୟରେ ଆମେରିକା କୌଣସି ନୂଆ କଟକଣା ଲାଗୁ କରିବା ନାହିଁ ।

    ୧୨. ଚୁକ୍ତିନାମା ପାଳନ ହେଉଛି କି ନାହିଁ ତାହା ତଦାରଖ ପାଇଁ ଏକ ସିଷ୍ଟମ ତିଆରି ହେବ ।

    ୧୩. ମିଳିତ ଜାତିସଂଘ ସୁରକ୍ଷା ପରିଷଦ ଦ୍ୱାରା ଚୂଡାନ୍ତ ଚୁକ୍ତିନାମା ଅନୁମୋଦନ ପାଇଁ ଚେଷ୍ଟା କରାଯିବ ।

    ୧୪.ଇରାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ଏବଂ ଏହାର ସମର୍ଥିତ ପ୍ରକ୍ସି ସଂଗଠନଗୁଡ଼ିକ ସହ ଜଡିତ ପ୍ରସଙ୍ଗଗୁଡ଼ିକ ଏହି ଆଲୋଚନାର ଅଂଶ ହେବ ନାହିଁ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook