Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପାକ୍‌ରେ ପୁଣି ବସିବ ଆମେରିକା-ଇରାନ ବୈଠକ

    Share on :
    ajab-Image
    Date: May 10, 2026    Views: 2295

    ତେହରାନ: ଆମେରିକା ଓ ଇରାନ ମଧ୍ୟରେ ବିବାଦର ସମାଧାନ ଲାଗି ପାକିସ୍ତାନରେ ପୁଣି ବୈଠକ ବସିବ । ଆସନ୍ତା ସପ୍ତାହରେ ପାକ୍‌ ରାଜଧାନୀ ଇସଲାମାବାଦରେ ଦୁଇଦେଶ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇପାରେ । ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ ରିପୋର୍ଟ ଅନୁସାରେ, ଉଭୟ ଦେଶ ମଧ୍ୟସ୍ଥତା ଜରିଆରେ ଏକ ଚିଠା ବୁଝାମଣା ଉପରେ କାମ କରୁଛନ୍ତି । ଏହାଦ୍ୱାରା ଏକମାସ ପର୍ଯ୍ୟନ୍ତ ଚାଲିବାକୁ ଥିବା ବାର୍ତ୍ତାର ରାସ୍ତା ଖୋଲିପାରେ ।

    ରିପୋର୍ଟ ଦର୍ଶାଇଛି, ଆମେରିକା ତରଫରୁ ପ୍ରସ୍ତାବିତ ୧୪ ସୂତ୍ରୀ ଚିଠା ପ୍ରସ୍ତାବରେ ଇରାନର ପରମାଣୁ କାର୍ଯ୍ୟକ୍ରମ, ହୋର୍ମୁଜ ପ୍ରଣାଳୀରେ ବିବାଦ କମାଇବା ଏବଂ ଇରାନର ସମୃଦ୍ଧ ୟୁରାନିୟମ ଭଣ୍ଡାରକୁ ଅନ୍ୟ କୌଣସି ଦେଶକୁ ପଠାଇବା ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଧ୍ୟ ସମ୍ଭାବ୍ୟ ବୁଝାମଣାକୁ ନେଇ ବଡ଼ ଆଶା ରଖିଛନ୍ତି । ସେ କହିଛନ୍ତି, ଇରାନ ତରଫରୁ ଖୁବଶୀଘ୍ର ଜବାବ ମିଳିବା ନେଇ ଆଶା କରୁଛୁ । ଯଦି ଆଲୋଚନା ଆଗକୁ ବଢ଼େ, ତେବେ ଯୁଦ୍ଧବିରତିକୁ ଆହୁରି ଦୀର୍ଘଦିନ ପର୍ଯ୍ୟନ୍ତ ନିଆଯାଇ ପାରିବ ।

    ଅନ୍ୟପକ୍ଷରେ ଇରାନ ଯଦିଓ ହୋର୍ମୁଜକୁ ଖୋଲିବା ପାଇଁ ରାଜି ଅଛି, କିନ୍ତୁ ପରମାଣୁ କାର୍ଯ୍ୟକ୍ରମକୁ ନେଇ ଏବେ ବି ଏହା କଠୋର ରହିଛି । ପରମାଣୁ କାର୍ଯ୍ୟକ୍ରମ ଅଥବା ବିକଶିତ ୟୁରାନିୟମକୁ ନେଇ କୌଣସି ପ୍ରକାର ବୁଝାମଣା କରାଯିବ ନାହିଁ ବୋଲି କହିଛି । ଇରାନର ଏଭଳି ଆଭିମୁଖ୍ୟ ଆଲୋଚନାରେ ପ୍ରତିବନ୍ଧକ ସାଜିବା ନେଇ ଆଶଙ୍କା କରାଯାଉଛି । ଦେଶ ଆଜି ଆମେରିକାକୁ ଚେତାବନୀ ବି ଦେଇଛି । କହିଛି, ଯଦି ହୋର୍ମୁଜ ପ୍ରଣାଳୀରେ ଆମେରିକା ହସ୍ତକ୍ଷେପ କରେ, ତେବେ ପୁଣି ଯୁଦ୍ଧ ଆରମ୍ଭ ହୋଇପାରେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook