ମୁଖ୍ୟ ଖବର
ତେହେରାନ: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ହେବ ବୋଲି ବିଶ୍ବବାସୀ ଅପେକ୍ଷା କରିଥିବା ବେଳେ ଏହା ବିଫଳ ହେବ ବୋଲି ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛି। ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି ପାକିସ୍ତାନ ଗସ୍ତରେ ଅଛନ୍ତି। କିନ୍ତୁ ସେ ସିଧାସଳଖ ଆମେରିକୀୟ ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ ନାହିଁ।ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସମାଇଲ ବାକାଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚି କେବଳ ଉଚ୍ଚସ୍ତରୀୟ ପାକିସ୍ତାନୀ ଅଧିକାରୀଙ୍କୁ ସାକ୍ଷାତ କରିବେ। ଆମେରିକା ପକ୍ଷ ସହିତ ନୁହେଁ। ଆରାଘଚି ପାକିସ୍ତାନ ଉପପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଦାର ଏବଂ ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିରଙ୍କ ସମେତ ପାକିସ୍ତାନୀ ନେତାଙ୍କ ସହ ସାକ୍ଷାତ କରିଛନ୍ତି। ପାକିସ୍ତାନରେ ଇରାନ ଏବଂ ଆମେରିକା ମଧ୍ୟରେ ସିଧାସଳଖ ଆଲୋଚନା ହୋଇପାରେ ବୋଲି ଅନୁମାନ କରାଯାଉଥିଲା। ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ସହିତ କୌଣସି ସିଧାସଳଖ ସାକ୍ଷାତକୁ ଇରାନ ସ୍ପଷ୍ଟ ଭାବରେ ମନା କରିଛି।
Comments ସମସ୍ତ ମତାମତ