ମୁଖ୍ୟ ଖବର
ନୂଆଦିଲ୍ଲୀ: ସିଜଫାୟାର ନା ଇସ୍ରାଏଲ ଜରିଆରେ ଯୁଦ୍ଧ । ଯୁଦ୍ଧବିରତି ପରେ ବି ଯୁଦ୍ଧ ଜାରି । ମାସକରୁ ଅଧିକ ଦିନ ଧରି ଚାଲିଥିବା ଯୁଦ୍ଧରେ ୧୪ ଦିନିଆ ଅସ୍ତ୍ରବିରତି ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ତଥାପି ଯୁଦ୍ଧ ରୋକିବା ବଡ଼ ଚ୍ୟାଲେଞ୍ଜ ହୋଇଛି । ସିଜଫାୟାର ପରେ ଆକ୍ରମଣର ଖବର ସାମ୍ନାକୁ ଆସୁଛି । ହ୍ୱାଇଟ୍ ହାଉସ୍ ସାମରିକ ଚାପରୁ କୂଟନୈତିକ ଆଡ଼କୁ ମୁହାଁଉଛି । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଶାନ୍ତି ଆଲୋନଚା କରିବା ପାଇଁ ପାକିସ୍ତାନକୁ ଏକ ଉଚ୍ଚସ୍ତରୀୟ ଟିମ୍ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯୁଦ୍ଧବିରତି ନେଇ ରିପୋର୍ଟ ସାମ୍ନାକୁ ଆସିବାର କିଛି ଘଣ୍ଟା ପରେ ଇରାନ ଏବଂ ଲେବାବନନ ଭପରେ ଭୀଷଣ ଆକ୍ରମଣ ହୋଇଛି । ୧୦ ମିନିଟରେ ୧୦୦ ମିସାଇଲ ଦାଗିଛି ଇସ୍ରାଏଲ । ଇରାନର ଲାଭାନ ତୈଳ ବିଶୋଧନାଗାର ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ତେହେରାନ ବି ବିଳମ୍ବ ନକରି ୟୁଏଇ, କୁଏତ, କାତାର ଏବଂ ବାହାରିନ ଆଦି ଉପସାଗରୀୟ ଦେଶ ଉପରେ ଘନଘନ ମିସାଇଲ ମାଡ଼ କରିଛି । ଏଥିରେ ୨୫୪ ଜଣଙ୍କର ମୃତ୍ୟୁ ହୋଇଛି । ୧୧୬୫ ଜଣ ଆହତ ହୋଇଛନ୍ତି । ଅନେକ ଲୋକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲ ରାଷ୍ଟ୍ରପତି ଟ୍ରମ୍ପଙ୍କ ଇରାନ ବିରୁଦ୍ଧରେ ଆକ୍ରମଣ ବନ୍ଦ କରିବାର ନିଷ୍ପତ୍ତିକୁ ସମର୍ଥନ କରେ, ଯଦି ଇରାନ ତୁରନ୍ତ ହୋର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିଦିଏ । ସେ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଇସ୍ରାଏଲ ଏବଂ ଏହି ଅଞ୍ଚଳର ଅନ୍ୟ ଦେଶଗୁଡ଼ିକ ଉପରେ ସମସ୍ତ ଆକ୍ରମଣ ବନ୍ଦ କରିବା ଉଚିତ୍ । ଲେବାନନ ମଧ୍ୟପ୍ରାଚ୍ୟରେ ଏକ ଛୋଟ ଦେଶ । ଇସ୍ରାଏଲ ଅନୁସାରେ ହିଜବୋଲ୍ଲା ସେଠାରେ ସକ୍ରିୟ ଅଛି । ଏହି ଦେଶ ଯୁଦ୍ଧବିରତିର ଅଂଶ ନୁହେଁ । ସେପଟେ ଆମେରିକା ସ୍ପଷ୍ଟ କରିଛି ଯେ, ହିଜବୋଲ୍ଲାର କାର୍ଯ୍ୟକଳାପ ଯୋଗୁଁ ଲେବାନନ ଏହି ଅସ୍ତ୍ରବିରତିର ଅଂଶ ନୁହେଁ ।
ଏପଟେ ଲେବାନନ ଉପରେ ଆକ୍ରମଣକୁ ସିଜ୍ ଫାୟାର୍ ଉଲ୍ଲଂଘନ ବୋଲି କହିଛି ଇରାନ। ପୁଣି ହୋର୍ମୁଜ ବନ୍ଦ କରିଛି ଇରାନ୍। ଲେବାନନ ଉପରେ ଆଟାକ୍ ପ୍ରତିବାଦରେ କଠୋର ପଦକ୍ଷେପ ନେଇଛି ତେହେରାନ। ଲେବାନନ ଉପରେ ଘାତକ ଆକ୍ରମଣ କରିଛି ଇସ୍ରାଏଲ୍ । ଆମେରିକା-ଇସ୍ରାଏଲ ଓ ସେମାନଙ୍କ ସହଯୋଗୀ ରାଷ୍ଟ୍ର ପାଇଁ ଇରାନ ଏଭଳି ପଦକ୍ଷେପ ନେଇଛି । ସିଜ୍ ଫାୟାର୍ ପରେ ହୋର୍ମୁଜ ଖୋଲିବାକୁ ରାଜି ହୋଇଥିଲା ଇରାନ୍।
Comments ସମସ୍ତ ମତାମତ