Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରୁଷଠୁ ୬ କୋଟି ବ୍ୟାରେଲ ଅଶୋଧିତ ତୈଳ କିଣିବ ଭାରତ

    Share on :
    ajab-Image
    Date: Mar 26, 2026    Views: 3079

    ନୂଆଦିଲ୍ଲୀ: ଆଗାମୀ ମାସରେ ଭାରତ ରୁଷଠୁ ପ୍ରାୟ ୬ କୋଟି ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବ। ଏଥିପାଇଁ ବୁକିଂ ପ୍ରକ୍ରିୟା ମଧ୍ୟ ସମ୍ପୂର୍ଣ୍ଣ ହୋଇଛି। ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁଁ ଯୋଗାଣ ଶୃଙ୍ଖଳା ବାଧାପ୍ରାପ୍ତ ହେବା ଫଳରେ ଭାରତ ରୁଷଠୁ ତେଲ କ୍ରୟ କରିବାକୁ ପ୍ରସ୍ତୁତ ହୋଇଛି। ୫ ମାର୍ଚ୍ଚ ପୂର୍ବରୁ ଜାହାଜରେ ଲୋଡ୍ ହୋଇଥିବା ରୁଷ୍ ତୈଳ କ୍ରୟ କରିବାକୁ ଆମେରିକାର ଅନୁମତି ପରେ ଏହା ସମ୍ଭବ ହୋଇପାରିଛି। ହର୍ମୁଜ ପ୍ରଣାଳୀ ବନ୍ଦ ହେବା ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ୟାର ସମାଧାନ ପାଇଁ ଭାରତ ଏହି ପଦକ୍ଷେପ ଗ୍ରହଣ କରିଛି।

    ବ୍ଲୁମବର୍ଗ ରିପୋର୍ଟ ଅନୁସାରେ ଆମେରିକା ଚାପ ଯୋଗୁଁ ଡିସେମ୍ବରରୁ ରୁଷଠୁ ଅଶୋଧିତ ତୈଳ କ୍ରୟରୁ ଦୂରେଇ ରହିବା ପରେ ମାଙ୍ଗାଲୋର ରିଫାଇନାରୀ ଏଣ୍ଡ ପେଟ୍ରୋକେମିକଲ୍ସ ଲିମିଟେଡ୍(ଏମଆରପିଏଲ୍) ଓ ହିନ୍ଦୁସ୍ତାନ ମିତ୍ତଲ ଏନର୍ଜି ଲିମିଟେଡ୍ ସମେତ ଭାରତୀୟ ରିଫାଇନାରୀ ରୁଷଠୁ ଅଶୋଧିତ ତୈଳ କିଣିବା ପୁଣି ଆରମ୍ଭ କରିଦେଇଛନ୍ତି। ଗତ କିଛି ମାସରେ ଭାରତ ତେଲ ପାଇଁ ସାଉଦି ଆରବ ଓ ଇରାକ ସହିତ ମଧ୍ୟ ଆଲୋଚନା କରିଥିଲା। ଯୋଗାଣ ସୀମିତ ହେବା ଫଳରେ ପୁଣି ରୁଷଠୁ ଅଶୋଧିତ ତୈଳ କ୍ରୟ ଉପରେ ବିଚାର କରିବାକୁ ରିଫାଇନାରୀ ଗୁଡିକ ବାଧ୍ୟ ହୋଇଛନ୍ତି। ଅନ୍ୟପଟେ ହର୍ମୁଜ ପ୍ରଣାଳୀ ସାଧାରଣ ନ ହେବା ପର୍ୟ୍ୟନ୍ତ ଆମେରିକାଠୁ ଆଶ୍ବସ୍ତି ମିଳିବ ବୋଲି ଆକଳନ କରାଯାଉଛି। ତେବେ ଚାହିଦା ବୃଦ୍ଧି ପାଇବାରୁ ରୁଷ୍ ଏବେ ଉଚ୍ଚା ଦାମରେ ତେଲ ବିକି ବହୁତ ଲାଭ ଉଠାଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook