Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜରେ ଫସିଛି ୫ ଭାରତୀୟ ଟ୍ୟାଙ୍କର

    Share on :
    ajab-Image
    Date: Mar 26, 2026    Views: 2590

    ନୂଆଦିଲ୍ଲୀ: ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧର ପ୍ରଭାବ ସାରା ବିଶ୍ବ ଉପରେ ପଡୁଛି। ହର୍ମୁଜ ପ୍ରଣାଳୀକୁ ବନ୍ଦ କରି ଇରାନ ବୈଶ୍ବିକ ସ୍ତରରେ ଶକ୍ତି ଯୋଗାଣକୁ ପ୍ରଭାବିତ କରିବା ଫଳରେ ଅନେକ ଦେଶରେ ତେଲ ଓ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଭାରତ ଉପରେ ମଧ୍ୟ ଏହାର ପ୍ରଭାବ ପଡୁଛି। ସରକାରଙ୍କ ତରଫରୁ ଏଲପିଜି ଓ ଅଶୋଧିତ ତୈଳର ଯୋଗାଣକୁ ବଜାୟ ରଖିବା ପାଇଁ ଲଗାତାର କୂଟନୈତିକ ପଦକ୍ଷେପ ଉଠାଯାଉଛି। ତେବେ ଏହା ମଧ୍ୟରେ ହର୍ମୁଜ ପ୍ରଣାଳୀର ପଶ୍ଚିମ ଭାଗରେ ଭାରତୀୟ ପତାକା ଲାଗିଥିବା ୫ ଏଲପିଜି ଟ୍ୟାଙ୍କର ଫସି ରହିଛି। ଏହି ଟ୍ୟାଙ୍କରରେ ପ୍ରାୟ ୨.୩ ଲକ୍ଷ ଟନ୍ ଏଲପିଜି ରହିଛି। ଯଦି ଏହି ଗ୍ୟାସ ଦେଶରେ ସଫଳତାର ସହ ପହଞ୍ଚିଯାଏ ତେବେ ଦେଶକୁ ଅଢ଼େଇ ଦିନର ଗ୍ୟାସ ମିଳିଯିବ।

    ଭାରତରେ ପ୍ରାୟ ୯୨ ହଜାର ଟନ୍(୬୫ ଲକ୍ଷ ଗ୍ୟାସ୍) ଏଲପିଜି ପ୍ରତିଦିନ ଖର୍ଚ୍ଚ ହୋଇଥାଏ। ପୂର୍ବରୁ ୨ ବଡ ଏଲପିଜି ଟ୍ୟାଙ୍କର ‘ପାଇନ୍ ଗ୍ୟାସ୍’ ଓ ‘ଜଗ ବସନ୍ତ’ ସୋମବାର ହର୍ମୁଜ ପ୍ରଣାଳୀ ଅଭିମୁଖେ ସଫଳତା ପୂର୍ବକ ବାହାରି ଯାଇଥିବା ଖବର ଆସିଥିଲା। ଚଳିତ ସପ୍ତାହରେ ‘ପାଇନ ଗ୍ୟାସ’ ନୂଆ ମାଙ୍ଗାଲୋର ଏବଂ ‘ଜଗ ବସନ୍ତ’ କାଣ୍ଡଲା ବନ୍ଦରରେ ପହଞ୍ଚିଥାନ୍ତା। ତେବେ ଖୁବ୍‌ ଶୀଘ୍ର ଏହା ଭାରତରେ ପହଞ୍ଚିବ ବୋଲି ସିପିଂ ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ସୂଚନା ଦେଇଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook