Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆମେରିକା ନିକଟରେ ଇରାନ ରଖିଲା ୫ ସର୍ତ୍ତ

    Share on :
    ajab-Image
    Date: Mar 26, 2026    Views: 2791

    ତେହରାନ: ଯୁଦ୍ଧ ବନ୍ଦ ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ପାଇଁ ୧୫ ସୂତ୍ରୀ ସର୍ତ୍ତ ଧାର୍ୟ୍ୟ କରିଥିବାବେଳେ ଇରାନ ଆମେରିକା ନିକଟରେ ୫ଟି ସର୍ତ୍ତ ଧାର୍ୟ୍ୟ କରିଛି। ଇରାନ ଧାର୍ୟ୍ୟ କରିଥିବା ସର୍ତ୍ତଗୁଡିକ ହେଲା ଉପସାଗରୀୟ ରାଷ୍ଟ୍ରଗୁଡିକରେ ଥିବା ସାମରିକ ଘାଟିଗୁଡିକୁ ଆମେରିକା ବନ୍ଦ କରୁ। ଏହା ସହିତ ହର୍ମୁଜ୍ ପ୍ରଣାଳୀ ଦେଇ ଆନ୍ତର୍ଜାତିକ ଜାହାଜ ଚଳାଚଳ ପାଇଁ ସ୍ବତନ୍ତ୍ର ଦେୟ ଧାର୍ୟ୍ୟ କରାଯାଉ। ଏପରିକି ହର୍ମୁଜ୍‌ ପ୍ରଣାଳୀ ଉପରେ ଇରାନ ନିଜର ସାର୍ବଭୌମତ୍ବ ଦାବି କରିଛି।

    ଇରାନ କହିଛି ଯେ ହର୍ମୁଜ୍ ପ୍ରଣାଳୀ ଉପରେ ସାର୍ବଭୌମତ୍ବ ଦାବି କରିବା ଏହାର ନୈତିକ ଓ ସ୍ବାଭାବିକ ଅଧିକାର। ଯୁଦ୍ଧରେ ହୋଇଥିବା କ୍ଷୟକ୍ଷତି ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଓ ହେଜବୋଲ୍ଲା ବିରୋଧରେ ଇସ୍ରାଏଲର ଆକ୍ରମଣ ବନ୍ଦ କରିବାକୁ ଇରାନ ସର୍ତ୍ତ ରଖିଛି। ଇରାନ କହିଛି ଯେ ହର୍ମୁଜ ପ୍ରଣାଳୀ ଦେଇ ଚଳାଚଳ କରୁଥିବା ଜାହାଜଗୁଡିକରୁ ଏହା ଏକ ନିର୍ଦିଷ୍ଟ ଦେୟ ଆଦାୟ କରିବା ଓ ଏଥିପାଇଁ ଏକ ଫ୍ରେମୱାର୍କ ପ୍ରସ୍ତୁତ କରାଯିବ। ତେହେରାନ ସ୍ପଷ୍ଟ କରିଛି ଯେ ଯଦି ଆମେରିକା ଏହି ସର୍ତ୍ତଗୁଡ଼ିକୁ ପୂରଣ ନକରେ, ତେବେ କୌଣସି ଶାନ୍ତି ଚୁକ୍ତି ସମ୍ଭବ ନୁହେଁ। ଇରାନ ଉପରେ ଲଗାଯାଇଥିବା ସମସ୍ତ ପ୍ରକାରର ଆର୍ଥିକ ପ୍ରତିବନ୍ଧକକୁ ସମ୍ପୂର୍ଣ୍ଣ ଭାବେ ହଟାଇବାକୁ ମଧ୍ୟ ତେହରାନ ସର୍ତ୍ତ ରଖିଛି। ଭବିଷ୍ୟତରେ ଆମେରିକା କିମ୍ବା ଇସ୍ରାଏଲ୍ କେବେ ବି ଇରାନ ଉପରେ ଆକ୍ରମଣ କରିବେ ନାହିଁ ବୋଲି ଆନ୍ତର୍ଜାତୀୟ ସ୍ତରରେ ଲିଖିତ ପ୍ରତିଶ୍ରୁତି ବା ଗ୍ୟାରେଣ୍ଟି ଦେବାକୁ ପଡ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook