Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଦେଇଛନ୍ତି ଏହି ପ୍ରସ୍ତାବ

    Share on :
    ajab-Image
    Date: Mar 25, 2026    Views: 3247

    ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ଯୁଦ୍ଧ ଥମିବାର ନାଁ ନେଉନି । ଏହି ସଂଘର୍ଷ ଆମେରିକାକୁ ଭାରି ପଡ଼ୁଛି । ଟ୍ରମ୍ପ ଏବେ ଚାହୁଁଛନ୍ତି କୌଣସି ନା କୌଣସି ପ୍ରକାରେ ବନ୍ଦ ହେଇଯାଉ ଯୁଦ୍ଧ । ଏଥିପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବଡ଼ ଚାଲ୍ ଖେଳିଛନ୍ତି ।
    ସୂଚନା ଅନୁସାରେ, ଇରାନ ଯୁଦ୍ଧ ବନ୍ଦ କରିବାକୁ ଟ୍ରମ୍ପ ଦେଇଛନ୍ତି ୧୫ ସୂତ୍ରୀ ପ୍ରସ୍ତାବ । ଯେଉଁଥିରେ ଗୋଟିଏ ମାସ ଧରି ଅସ୍ତ୍ରବିରତି ପ୍ରସ୍ତାବ ରହିଛି । ଫଳରେ ଯୁଦ୍ଧ ବନ୍ଦ ପାଇଁ ପର୍ୟ୍ୟାପ୍ତ ସମୟ ଆଲୋଚନା ହୋଇପାରିବ । ଏ ସୂଚନା ଇସ୍ରାଏଲ୍‌ର ଚ୍ୟାନେଲ୍ ୧୨ ଏକ ରିପୋର୍ଟକୁ ଆଧାର କରି ଦେଇଛି ।
    ଟ୍ରମ୍ପ ଦେଇଥିବା ୧୫ ସୂତ୍ରୀ ପ୍ରସ୍ତାବରେ ଇରାନର ପରମାଣୁ କାର୍ୟ୍ୟକ୍ରମ ଉପରେ ପ୍ରତିବନ୍ଧକ ସହ ହର୍ମୁଜ ପ୍ରଣାଳୀକୁ ପୁଣି ଖୋଲିବା ସାମିଲ୍ ରହିଛି । ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ପ୍ରସ୍ତାବକୁ ପାକିସ୍ତାନ ଜରିଆରେ ଇରାନକୁ ପଠାଇ ଦିଆଯାଇଛି । ଇରାନ ଯୁଦ୍ଧ ରୋକିବା ପାଇଁ ପାକିସ୍ତାନ ମଧ୍ୟସ୍ଥତା ପାଇଁ ଆଗ୍ରହୀ ଅଛି ।
    ଇରାନକୁ ତାର ସମସ୍ତ ପରମାଣୁ କ୍ଷମତାକୁ ସମ୍ପୂର୍ଣ୍ଣ ନିଷ୍କ୍ରିୟ କରିବାକୁ ପଡ଼ିବ ।
    ଇରାନ ମାଟିରେ ୟୁରେନିୟମ କାର୍ୟ୍ୟକ୍ରମ ବନ୍ଦ କରାଯିବ ।
    ପରମାଣୁ ଅସ୍ତ୍ରଶସ୍ତ୍ର ନିର୍ମାଣ ଲାଗି ଇରାନ ପ୍ରୟାସ କରିବ ନାହିଁ । ଏନେଇ ଲିଖିତ ଭାବେ ପ୍ରତିବଦ୍ଧତା ଦର୍ଶାଇବ ।
    ହର୍ମୁଜ ପ୍ରଣାଳୀକୁ ସମ୍ପୂର୍ଣ୍ଣ ଭାବେ ମୁକ୍ତ ସାମୁଦ୍ରିକ ପଥ ଘୋଷଣା କରିବ ।
    ବାଲିଷ୍ଟିକ ମିସାଇଲ୍ ରେଞ୍ଜ ଓ ମହଜୁଦ୍‌ ସୀମା ନିର୍ଦ୍ଧାରଣ ।
    ମଧ୍ୟପ୍ରାଚ୍ୟରେ ସକ୍ରିୟ ଇରାନର ସହଯୋଗୀ ଗୋଷ୍ଠୀ (ହିଜବୁଲ୍ଲା କିମ୍ବା ହୁତି)ଙ୍କୁ ଅସ୍ତ୍ରଶସ୍ତ୍ର ଓ ଅର୍ଥ ଦେବା ବନ୍ଦ କରିବା ।
    ୩୦ ଦିନର ଅସ୍ତ୍ରବିରତି: ଏହା ଉପରେ ବ୍ୟାପକ ଆଲୋଚନା ପାଇଁ ଆମେରିକା ୩୦ ଦିନ ଅସ୍ତ୍ରବିରତିର ପ୍ରସ୍ତାବ ଦେଇଛି ।

    ଯଦି ଇରାନ ଏହି ସର୍ତ୍ତ ମାନିନିଏ ତାହେଲେ ଆମେରିକା ଲଗାଇଥିବା ସମସ୍ତ ପରମାଣୁ ପ୍ରତିବନ୍ଧକ ହଟାଇ ନେବ ।
    ଇରାନକୁ ସିଭିଲିଆନ୍ ନ୍ୟୁକ୍ଲିଅର ଏନର୍ଜି ପ୍ରୋଗ୍ରାମ' ପାଇଁ ସହାୟତା ମିଳିବ ।
    'ସ୍ନାପବ୍ୟାକ' ମେକାନିଜିମକୁ ହଟାଇ ଦିଆଯିବ, ଫଳରେ ପ୍ରତିବନ୍ଧକ ସ୍ଵୟଂଚାଳିତ ବାବେ ପୁଣି ଥରେ ଲାଗୁ ହେବ ନାହିଁ ।

    ରିପୋର୍ଟ ଅନୁସାରେ, ହର୍ମୁଜ ପ୍ରଣାଳୀ ଦେଇ ଇରାନ କୌଣସି ବାଧା ବିନା ସମସ୍ତ ଜାହାଜ ଚଳାଚଳକୁ ଅନୁମତି ଦେବ । ହର୍ମୁଜ ହେଉଛି ତୈଳ ଓ ଗ୍ୟାସ ପରିବହନ ପାଇଁ ଗୁରୁତ୍ଵପୂର୍ଣ୍ଣ ପଥ । ଏବେ ଯୁଦ୍ଧ ଯୋଗୁଁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ଇରାନ ଆଂଶିକ ପ୍ରତିବନ୍ଧକ ଲଗାଇଛି । ଫଳରେ ତୈଳ ଓ ଗ୍ୟାସ୍ ଦର ବୃଦ୍ଧି ପାଇଛି । ହର୍ମୁଜ ଉପରୁ ଇରାନ ପ୍ରତିବନ୍ଧକ ହଟାଇଲେ, ତା ଉପରେ ଲାଗିଥିବା ସମସ୍ତ କଟକଣା ହଟିଯିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook