Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନର ସର୍ବୋଚ୍ଚ ସୁରକ୍ଷା ମୁଖ୍ୟ ଲାରିଜାନି ନିହତ

    Share on :
    ajab-Image
    Date: Mar 18, 2026    Views: 2571

    ନୂଆଦିଲ୍ଲୀ : ଇସ୍ରାଏଲ୍-ଇରାନ ଯୁଦ୍ଧ ଭିତରେ ଇରାନର ସୁରକ୍ଷା ମୁଖ୍ୟ ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଛି । ଖାମେନେଇଙ୍କ ପରେ ଇରାନର ଜଣେ ପ୍ରଭାବଶାଳୀ ନେତା ଅଲୀ ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେହେରାନରେ ହୋଇଥିବା ଏୟାରଷ୍ଟ୍ରାଇକରେ ଅଲୀ ଲାରିଜାନିଙ୍କର ମୃତ୍ୟୁ ହୋଇଥିବା ପୂର୍ବରୁ ଇସ୍ରାଏଲ ଦାବି କରିଥିଲା । ଖାମେନେଇଙ୍କ ପରେ ଲାରିଜାନିଙ୍କ ମୃତ୍ୟୁ ଇରାନ ପାଇଁ ବଡ଼ ଝଟକା ଲାଗିଛି ।

    ସୋମବାର ରାତିରେ ଇରାନର ରାଜଧାନୀ ତେହରାନ୍ ସମେତ ଅନେକ ସହର ଉପରେ ଏୟାରଷ୍ଟ୍ରାଇକ୍ କରାଯାଇଥିଲା । ଏହି ସମୟରେ ଇରାନର କ୍ଷମତାଶାଳୀ ଅଧିକାରୀ ଅଲୀ ଲାରିଜାନିଙ୍କୁ ଟାର୍ଗେଟ୍ କରାଯାଇଥିଲା । ଏବେ ଇରାନ ପକ୍ଷରୁ ଏ ସଂପର୍କରେ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଲାରିଜାନିଙ୍କ ମୃତ୍ୟୁ ହୋଇଥିବା ସ୍ୱୀକାର କରିଛି ତେହରାନ । ଲାରିଜାନିଙ୍କୁ ଇରାନର ପୂର୍ବତନ ସୁପ୍ରିମଲିଡର ଆୟୋତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଅତି ଘନିଷ୍ଠ ଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook