Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ହର୍ମୁଜ ପ୍ରଣାଳୀରେ ଭାରତୀୟ ଜାହାଜକୁ ମିଳିଲା ଅନୁମତି

    Share on :
    ajab-Image
    Date: Mar 12, 2026    Views: 3136

    ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ନିଆଁ ଜଳୁଥିବା ବେଳେ ଭାରତୀୟ କୂଟନୀତିର ଏକ ବଡ଼ ସଫଳତା ସାମ୍ନାକୁ ଆସିଛି। ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର  ଏସ. ଜୟଶଙ୍କର ଓ ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାଘଚିଙ୍କ ମଧ୍ୟରେ ହୋଇଥିବା ଉଚ୍ଚସ୍ତରୀୟ ଆଲୋଚନା ପରେ, ଇରାନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତୀୟ ତୈଳ ଟ୍ୟାଙ୍କରଗୁଡ଼ିକୁ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଇରାନ ଅନୁମତି ପ୍ରଦାନ କରିଛି। ଏହି ଚୁକ୍ତିନାମା ପରେ ଦୁଇଟି ପ୍ରମୁଖ ଭାରତୀୟ ଟ୍ୟାଙ୍କର୍, "ପୁଷ୍ପକ" ଏବଂ "ପରିମାଲ" ହର୍ମୁଜ୍ ପ୍ରଣାଳୀ ଦେଇ ସୁରକ୍ଷିତ ଭାବେ ଗତି କରୁଥିବା ଦେଖାଯାଇଛି । ଯେଉଁ ସମୟରେ ଆମେରିକା, ଇସ୍ରାଏଲ ଓ ୟୁରୋପୀୟ ଦେଶର ଜାହାଜଗୁଡ଼ିକ ଉପରେ ଡ୍ରୋନ୍ ଓ କ୍ଷେପଣାସ୍ତ୍ର ଆକ୍ରମଣର ଭୟ ରହିଛି, ସେହି ସମୟରେ ଭାରତୀୟ ଜାହାଜର ନିରାପଦ ଯାତ୍ରା ବିଶ୍ୱ ଶକ୍ତି ବଜାର ପାଇଁ ଏକ ବଡ଼ ସଙ୍କେତ ଦେଇଛି। 

    ସାମ୍ପ୍ରତିକ ସ୍ଥିତିରେ ଇରାନ ନିଜର ଭୂ-ରଣନୀତି ଅନୁଯାୟୀ ହର୍ମୁଜ ପ୍ରଣାଳୀକୁ ଏକ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଇରାନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ଆମେ ଆମେରିକା ଓ ଏହାର ସହଯୋଗୀମାନଙ୍କ ପାଇଁ ଗୋଟିଏ ଲିଟର ତେଲ ମଧ୍ୟ ଏହି ପଥ ଦେଇ ଯିବାକୁ ଦେବୁ ନାହିଁ। ଏହି କଠୋର ଆଭିମୁଖ୍ୟ ମଧ୍ୟରେ କେବଳ ଭାରତକୁ ମିଳିଥିବା ଏହି ସ୍ୱତନ୍ତ୍ର ସୁବିଧା ଦୁଇ ଦେଶର ଗଭୀର ବନ୍ଧୁତା ଓ କୂଟନୈତିକ ଦକ୍ଷତାକୁ ପ୍ରମାଣିତ କରୁଛି। ବିଶ୍ୱ ଶକ୍ତି ଯୋଗାଣରେ ବାଧା ସୃଷ୍ଟି ହେଉଥିବା ବେଳେ ଭାରତ ନିଜର ଶକ୍ତି ନିରାପତ୍ତା ସୁନିଶ୍ଚିତ କରିବା ପାଇଁ ସଫଳ ହୋଇଛି । ଯୁଦ୍ଧ ମଧ୍ୟରେ ବି ରକ୍ତପାତ ଏଡ଼ାଇ କିଭଳି ଆଲୋଚନା ମାଧ୍ୟମରେ ସମାଧାନ ବାହାର କରାଯାଇପାରେ, ଭାରତ ତାହା ବିଶ୍ୱ ସମୁଦାୟକୁ ଦେଖାଇ ଦେଇଛି। ଏହି ସଫଳତା ଯୋଗୁଁ ଭାରତର ଆଗାମୀ ଦିନର ଶକ୍ତି ଚାହିଦା ଏବଂ ଅଶୋଧିତ ତୈଳ ଯୋଗାଣରେ କୌଣସି ବଡ଼ ସଙ୍କଟ ଦେଖାଦେବ ନାହିଁ ବୋଲି ଆଶା କରାଯାଉଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook