Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇରାନକୁ ଟ୍ରମ୍ପଙ୍କ ବଡ଼ ଧମକ : ୨୦ ଗୁଣା ଅଧିକ ଆକ୍ରମଣ କରିବୁ

    Share on :
    ajab-Image
    Date: Mar 10, 2026    Views: 2829

     ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୧ ଦିନରେ ପହଞ୍ଚିଛି । ଆକ୍ରମଣ-ପ୍ରତିଆକ୍ରମଣ ଜାରି ରହିଛି । ଇରାନକୁ ପୁଣି ଡରେଇଛନ୍ତି ଆମେରିକା ରାଷ୍ଟ୍ରପତି । ହୋର୍ମୁଜ ଜଳପଥରେ ତୈଳ ଯୋଗାଣରେ ବାଧା ଦେଲେ ପରିଣାମ ଭୟାବହ ହେବ । ଯେତିକି ଆକ୍ରମଣ କରିଛୁ ତାହାର ୨୦ ଗୁଣା ଅଧିକ ଆକ୍ରମଣ କରିବୁ । ମୃତ୍ୟୁ, ନିଆଁ ଓ କ୍ରୋଧ ସେମାନଙ୍କ ଉପରେ ରାଜତ୍ୱ କରିବ ବୋଲି ଇରାନକୁ କଡ଼ା ଚେତାବନୀ ଦେଇ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ୍ ।
    ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଧମକ ଦେଇ ସୋସିଆଲ ମିଡିଆ ଟ୍ରୁଥରେ କହିଛନ୍ତି ଯେ, ଯଦି ହୋର୍ମୁଜ୍ ପ୍ରଣାଳୀରେ ତେଲ ପ୍ରବାହ ବନ୍ଦ କରେ, ତେବେ ଏପରି ଆକ୍ରମଣ ହେବ ଯେ ଇରାନ ଏକ ରାଷ୍ଟ୍ର ଭାବରେ ଠିଆ ହୋଇପାରିବ ନାହିଁ । ସେମାନଙ୍କ ଉପରେ ମୃତ୍ୟୁ, ନିଆଁ ଏବଂ କ୍ରୋଧ ଛାଇଯିବ। ପୂର୍ବ ଅପେକ୍ଷା ୨୦ ଗୁଣା ଅଧିକ ଶକ୍ତିଶାଳୀ ଆକ୍ରମଣ କରିବୁ । ଲକ୍ଷ୍ୟସ୍ଥଳକୁ ଧ୍ୱଂସ କରିଦେବୁ। ଯାହା ଇରାନକୁ ପୁଣି ଏକ ରାଷ୍ଟ୍ର ଭାବରେ ଠିଆ ହେବାକୁ ଅସମର୍ଥ କରିବ। ଇରାନ ଉପରେ ମୃତ୍ୟୁ, ଅଗ୍ନି ଏବଂ କ୍ରୋଧ ରାଜୁତି କରିବ । ମୁଁ ଆଶା କରୁଛି ଏବଂ ପ୍ରାର୍ଥନା କରୁଛି ଯେ ଏହା ନ ଘଟୁ ! ଚୀନ୍ ଏବଂ ହର୍ମୁଜ୍ ପ୍ରଣାଳୀର ବହୁଳ ବ୍ୟବହାର କରୁଥିବା ସମସ୍ତ ଦେଶ ପାଇଁ ଆମେରିକାର ଏକ ଉପହାର । "

    ​​​​​​​ଟ୍ରମ୍ପ ଆହୁରି କହିଛନ୍ତି, ଇରାନ ବିରୁଦ୍ଧରେ ଅନେକ ବିଜୟ ହୋଇଛି, କିନ୍ତୁ ଏହା ଯଥେଷ୍ଟ ନୁହେଁ । ଏହି ଅଭିଯାନ ସମାପ୍ତ ହେବା ପରେ ବିଶ୍ୱ ଏକ ସୁରକ୍ଷିତ ସ୍ଥାନ ହେବ, ଏବଂ ଏହା ବହୁତ ଶୀଘ୍ର ସମାପ୍ତ ହେବ । ଯଦି ଆମେ ଭିତରକୁ ଯାଇ ନଥାନ୍ତୁ, ତେବେ ସେମାନେ ଆମ ପଛରେ ଆସିଥାନ୍ତେ । ସେମାନେ ଗୋଟିଏ ସପ୍ତାହ ମଧ୍ୟରେ ଆମ ଉପରେ ଆକ୍ରମଣ କରିବାକୁ ୧୦୦ ପ୍ରତିଶତ ପ୍ରସ୍ତୁତ ଥିଲେ । କେହି ଭାବି ନ ଥିଲେ ସେମାନଙ୍କ ପାଖରେ ତା'ଠାରୁ ଅଧିକ କ୍ଷେପଣାସ୍ତ୍ର ଥିଲା, ଏବଂ ସେମାନେ ଆମ ଉପରେ ଆକ୍ରମଣ କରିବାକୁ ଯାଉଥିଲେ । ସେମାନେ ସମଗ୍ର ମଧ୍ୟପ୍ରାଚ୍ୟ ଏବଂ ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଯାଉଥିଲେ । ଯଦି ସେମାନଙ୍କ ପାଖରେ ପରମାଣୁ ଅସ୍ତ୍ର ଥାଆନ୍ତା, ତେବେ ସେମାନେ ସେଗୁଡ଼ିକୁ ଇସ୍ରାଏଲ ଉପରେ ବ୍ୟବହାର କରିଥାଆନ୍ତେ। "

    Maximum 500 characters

    ଦେଶ ବିଦେଶ View all

    Find Us on Facebook