Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ

    Share on :
    ajab-Image
    Date: May 10, 2025    Views: 3262

    ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି ଭିତରେ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଖବର । ବନ୍ଦ ହେଲା ଭାରତ-ପାକିସ୍ତାନ ଯୁଦ୍ଧ । ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି । ଅସ୍ତ୍ରବିରତି ନେଇ ଦୁଇ ଦେଶ ମଧ୍ୟରେ ସହମତି । ଅସ୍ତ୍ରବିରତି ନେଇ ବଡ଼ ସୂଚନା ଦେଲେ ବୈଦେଶିକ ସଚିବ ବିକ୍ରମ ମିଶ୍ରି । ତେବେ ସନ୍ଧ୍ୟା ୫ଟାରୁ ଲାଗୁ ହୋଇଛି ଏହି ଅସ୍ତ୍ରବିରତି । ଦୁଇ ଦେଶ ମଧ୍ୟରେ ଡିଜିଏମ ସ୍ତରରେ ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଅସ୍ତ୍ରବିରତି ପାଇଁ ସହମତି ପରେ ସମସ୍ତ ପ୍ରକାର ସୈନ୍ୟ କାର୍ୟ୍ୟାନୁଷ୍ଠାନ ବନ୍ଦ ରହିବ । ଜଳ- ସ୍ଥଳ- ଆକାଶରେ କୌଣସି ଆକ୍ସନ ହେବନି । ଆସନ୍ତା ୧୨ ତାରିଖରେ ପରବର୍ତ୍ତୀ ଆଲୋଚନା । 
    ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, "ପାକିସ୍ତାନର ସାମରିକ ଅଭିଯାନ ମହାନିର୍ଦ୍ଦେଶକ (ଡିଜିଏମଓ) ଆଜି ଅପରାହ୍ନ ୩:୩୫ ସମୟରେ ଭାରତୀୟ ଡିଜିଏମଓଙ୍କୁ ଫୋନ୍ କରିଥିଲେ । ସେମାନଙ୍କ ମଧ୍ୟରେ ଚୁକ୍ତି ହୋଇଥିଲା ଯେ ଉଭୟ ପକ୍ଷ ଭାରତୀୟ ସମୟ ୫ଟାରୁ ସ୍ଥଳ, ଆକାଶ ଏବଂ ସମୁଦ୍ରରେ ସମସ୍ତ ଗୁଳିମାଡ଼ ଏବଂ ସାମରିକ କାର୍ୟ୍ୟାନୁଷ୍ଠାନ ବନ୍ଦ କରିବେ। ଆଜି, ଏହି ବୁଝାମଣାକୁ କାର୍ୟ୍ୟକାରୀ କରିବା ପାଇଁ ଉଭୟ ପକ୍ଷକୁ ନିର୍ଦ୍ଦେଶ ଦିଆଯାଇଛି । ସାମରିକ ଅଭିଯାନ ମହାନିର୍ଦ୍ଦେଶକ ମେ ୧୨ ଦିନ ୧୨ଟାରେ ପୁଣି ଥରେ କଥାବାର୍ତ୍ତା କରିବେ ।"

    Maximum 500 characters

    ତାଜା ଖବର View all

    Find Us on Facebook