Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭବିଷ୍ୟତରେ ଆତଙ୍କବାଦୀ କାର୍ୟ୍ୟକଳାପକୁ ଯୁଦ୍ଧ ଭାବରେ ବିବେଚନା କରାଯିବ

    Share on :
    ajab-Image
    Date: May 10, 2025    Views: 3345

    ନୂଆଦିଲ୍ଲୀ: ପହଲଗାମ୍ ହମଲା ପରେ ଭାରତ-ପାକିସ୍ତାନ ଉତ୍ତେଜନା ବଢିଛି।  ‘ଅପରେସନ୍ ସିନ୍ଦୂର’ ଦ୍ବାରା ଭାରତ ନେଇଛି ପ୍ରତିଶୋଧ। ଭାରତର ମିସାଇଲ ମାଡ଼ରେ ଧରାଶାୟୀ ହୋଇଛନ୍ତି ପାକିସ୍ତାନୀ ଆତଙ୍କୀ। ସେପଟେ ପାକିସ୍ତାନ କିନ୍ତୁ ଲଗାତାର ଭାରତ ଉପରେ ଆକ୍ରମଣ କରିଚାଲିଛି। ଘନ ଘନ ଡ୍ରୋନ୍ ମାଡ଼ କରିବାକୁ ଚେଷ୍ଟା କରୁଛି। କିନ୍ତୁ  ତା’ର ସବୁ ଟାର୍ଗେଟକୁ ଧ୍ବଂସ କରିଛି। ଏହା ଭିତରେ   ଆତଙ୍କବାଦ ବିରୋଧରେ ଭାରତ ସରକାର ଗ୍ରହଣ କରିଛନ୍ତି କଠୋର ନୀତି। କହିଛନ୍ତି, ଭବିଷ୍ୟତରେ ଯେକୌଣସି ଆତଙ୍କବାଦୀ କାର୍ୟ୍ୟକଳାପକୁ ଭାରତ ବିରୁଦ୍ଧରେ ଆକ୍ଟ ଅଫ୍ ଓ୍ବାର ବା ଯୁଦ୍ଧ ଭାବରେ ବିବେଚନା କରାଯିବ। ସମାନ ଶକ୍ତି ଏବଂ ଗତିରେ ଏହାର ଜବାବ ଦିଆଯିବ। ଏହି ନିଷ୍ପତ୍ତି ଏପରି ଏକ ସମୟରେ ଆସିଛି ଯେତେବେଳେ 'ଅପରେସନ୍ ସିନ୍ଦୂର' ମାଧ୍ୟମରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରି ସମଗ୍ର ବିଶ୍ୱକୁ ଭାରତ ନିଜର ଶକ୍ତି ପ୍ରଦର୍ଶନ କରିଛି। ଭାରତ ସ୍ପଷ୍ଟ ଶବ୍ଦରେ ପାକିସ୍ତାନକୁ ଚେତାବନୀ ଦେଇଛି। ଭାରତ କହିଛି, ଯେକୌଣସି ଆତଙ୍କବାଦୀ ଆକ୍ରମଣକୁ ଯୁଦ୍ଧ କାର୍ୟ୍ୟ ଭାବରେ ବିବେଚନା କରାଯିବ। କେବଳ ବର୍ତ୍ତମାନର ସ୍ଥିତି ପର୍ୟ୍ୟନ୍ତ ସୀମିତ ରହିବ ନାହିଁ, ବରଂ ଭବିଷ୍ୟତରେ ଯଦି କୌଣସି ଆତଙ୍କବାଦୀ ଆକ୍ରମଣ ହୁଏ, ତେବେ ଭାରତ ଏହାକୁ ଯୁଦ୍ଧ ଭାବରେ ଜବାବ ଦେବ।
    ଶନିବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତୀୟ ସୁରକ୍ଷା ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ, ଯେଉଁଥିରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ସେନା ମୁଖ୍ୟ ଏବଂ ଉଚ୍ଚ ସୁରକ୍ଷା ଅଧିକାରୀମାନେ ଯୋଗ ଦେଇଥିଲେ। ଏହାର କିଛି ଘଣ୍ଟା ପୂର୍ବରୁ, ବୈଦେଶିକ ସଚିବ ବିକ୍ରମ ମିଶ୍ରି ଏକ ପ୍ରେସ୍ ବ୍ରିଫିଂରେ ପାକିସ୍ତାନର ବର୍ତ୍ତମାନର କାର୍ୟ୍ୟକଳାପକୁ 'ଉତ୍ତେଜକ ଏବଂ ବିପଜ୍ଜନକ' ବୋଲି କହିଥିଲେ। 

    Maximum 500 characters

    ତାଜା ଖବର View all

    Find Us on Facebook