Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭାରତ ଓ ପାକିସ୍ତାନ ଯୁଦ୍ଧ ବିରତି ପାଇଁ ରାଜି : ଟ୍ରମ୍ପ

    Share on :
    ajab-Image
    Date: May 10, 2025    Views: 3187

    ଓ୍ବାସିଂଟନ : ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ସଂଘର୍ଷର ଅବସାନ ପାଇଁ ଆଶା ସୃଷ୍ଟି ହୋଇଛି । ଆମେରିକାର ମଧ୍ୟସ୍ଥତାରେ ଏହି ଯୁଦ୍ଧ ବିରତି ପାଇଁ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ୍ସରେ ସୂଚନା ଦେଇଛନ୍ତି । ଏକ୍ସରେ ସେ ଲେଖଛନ୍ତି “ସାରା ରାତିର କଥାବାର୍ତ୍ତା ପରେ ଆମେରିକାର ମଧ୍ୟସ୍ଥତା ପରେ ଭାରତ ଓ ପାକିସ୍ତାନ ସଂପୂର୍ଣ୍ଣ ଓ ତୁରନ୍ତ ଯୁଦ୍ଧବିରତି ପାଇଁ ରାଜି ହୋଇଛନ୍ତି । ସାଧାରଣ ଜ୍ଞାନକୁ ପ୍ରୟୋଗ କରିଥିବାରୁ ଉଭୟ ଦେଶକୁ ଅଭିନନ୍ଦନ । ଧନ୍ୟବାଦ ।“

    ଏହା ପୂର୍ବରୁ ସକାଳେ ଖବର ଆସିଥିଲା ଯେ ଆମେରିକାର ବୈଦେଶିକ ସଚିବ ମାର୍କ ରୁବିଓ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଓ ପାକିସ୍ତାନର ସେନା ମୁଖ୍ୟ ଅସିମ ମୁନୀରଙ୍କ ସହ କଥା ହୋଇଛନ୍ତି । ଏହି ଟେଲିଫୋନ କଥାବାର୍ତ୍ତା ବେଳେ ଜୟଶଙ୍କର ଜଣାଇଥିଲେ ଯେ ଭାରତ ଭାରତ କେବେବି ନିଜ ଆଭିମୁଖ୍ୟରୁ ହଟିବ ନାହିଁ । ଭାରତ କେବେ ବି ଉତ୍ତେଜନାକୁ ବଢାଇବ ନାହିଁ, କିନ୍ତୁ ପାକିସ୍ତାନ ସେପରି କଲେ ତାହାର ଦୃଢ ଜବାବ ଦିଆଯିବ । ଭାରତ ପାକିସ୍ତାନର ମିଲିଟାରିକୁ ଟାର୍ଗେଟ କରୁଥିବାବେଳେ ପାକିସ୍ତାନ ସାଧାରଣ ଲୋକଙ୍କୁ ଟାର୍ଗେଟ କରୁଛି । 

    Maximum 500 characters

    ତାଜା ଖବର View all

    Find Us on Facebook