ମୁଖ୍ୟ ଖବର
ନୂଆଦିଲ୍ଲୀ:ମେ ୭ ରାତିରେ ଆରମ୍ଭ ହୋଇଥିବା ଅପରେସନ ‘ସିନ୍ଦୂର’ର ପ୍ରଥମ ଦିବସ ଆକ୍ରମଣରେ ପାକିସ୍ତାନରେ ଆଡ୍ଡା ଜମାଇଥିବା ଅନେକ ଆତଙ୍କୀ ନିହତ ହୋଇଥିଲେ। ଭାରତର ଆକ୍ରମଣରେ ପ୍ରଥମେ ଜୈଶ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ ମାସୁଦ ଆଝାରର ଭାଇଁ ରୌଫ ଆଝାର ନିହତ ହୋଇଥିଲା। ଏହା ସହିତ ମାସୁଦର ୧୦ ପରିବାର ସଦସ୍ୟ ପ୍ରାଣ ହରାଇଥିଲେ।
ତେବେ ମେ ୭ ଆକ୍ରମଣରେ ଆହୁରି କିଛି ବଡ଼ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ମାସୁଦ ଆଝାରର ୨ ଭିଣୋଇ ମଧ୍ୟ ରହିଛନ୍ତି। ନିହତ ହୋଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ଲଶ୍କର ଆତଙ୍କୀ ମୁଦାସର ଖାଦିଆନ ଖାସ ରହିଛି। ସରକାରୀ ସ୍କୁଲରେ ତା’ର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସେହିପରି ମାସୁଦର ୨ ଭିଣୋଇ ତଥା ଜୈଶ ସଂଗଠନର ଆତଙ୍କବାଦୀ ମହମ୍ମଦ ୟୁସୁଫ ଆଝାର ଏବଂ ହାଫିଜ ମହମ୍ମଦ ଜମିଲ ନିହତ ହୋଇଛନ୍ତି। ୟୁସୁଫ କାନ୍ଦାହାର ବିମାନ ଅପହରଣରେ ସାମିଲ ଥିଲା। ସେହିପରି ଲଶ୍କର ଆତଭ୍କୀ ଖଲିଦ ଓରଫ ଅବ୍ବୁ ଆକାଶ ଏବଂ ଜୈଶର ଆଉ ଜଣେ ଆତଙ୍କୀ ମହମ୍ମଦ ହାସନ ଖାନ ରହିଛନ୍ତି। ଏମାନଙ୍କ ଶେଷକୃତ୍ୟରେ ପାକ୍ ସେନା ଏବଂ ସ୍ଥାନୀୟ ପୁଲିସ ଅଧିକାରୀମାନେ ଯୋଗଦେଇଥିଲେ।
Comments ସମସ୍ତ ମତାମତ