ମୁଖ୍ୟ ଖବର
ଭୁବନେଶ୍ବର: ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ଓଡ଼ିଶା ସରକାର ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଅଣପଞ୍ଜୀକୃତ ଡ୍ରୋନ୍ ରଖିଥିବା ଅପରେଟରଙ୍କୁ ଜେରା କରାଯିବ। ଏନେଇ ଆଜି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ସ୍ଥିତିକୁ ନେଇ ସମ୍ବେଦନଶୀଳ ସ୍ଥାନ ଉପରେ କଡ଼ା ନଜର ରଖିବାକୁ ବି କୁହାଯାଇଛି।
ଏଣେ କାଶ୍ମୀରରୁ ୩ ଓ ଉତ୍ତରାଖଣ୍ଡରୁ ୧୫ ଛାତ୍ରଛାତ୍ରୀ ଫେରିଥିବା ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି। କାଶ୍ମୀରରୁ ୩ ଛାତ୍ରଛାତ୍ରୀ ବାଲେଶ୍ବର ଫେରିଛନ୍ତି। ଭାରତ-ପାକ୍ ଯୁଦ୍ଧ ଭଳି ସ୍ଥିତି ଯୋଗୁ ସେମାନେ ଫେରିଛନ୍ତି।
Comments ସମସ୍ତ ମତାମତ