Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପଞ୍ଜାବ ଏୟାର୍‌ବେସ୍‌ ଉପରେ ପାକିସ୍ତାନର ‘ହାଇ-ସ୍ପିଡ୍‌’ ମିସାଇଲ୍‌ ପ୍ରୟୋଗ

    Share on :
    ajab-Image
    Date: May 10, 2025    Views: 2670

    ନୂଆଦିଲ୍ଲୀ: ଭାରତ ପକ୍ଷରୁ ଅପରେସନ ‘‘ସିନ୍ଦୂର ଆରମ୍ଭ’’ ହେବା ପରଠାରୁ ପାକିସ୍ତାନ ଆତଙ୍କିତ ଅବସ୍ଥାରେ ଅଛି। ଏହି କାରଣରୁ ପାକିସ୍ତାନ ଭାରତ ଉପରେ ଆକ୍ରମଣ କରିବାର ବ୍ୟର୍ଥ ପ୍ରୟାସ କରୁଛି। ଶନିବାର ମଧ୍ୟରାତ୍ରରେ ପାକିସ୍ତାନ ଲଗାତାର ଚତୁର୍ଥ ଦିନ ପାଇଁ ଭାରତ ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଜାଣିବାକୁ ମିଳିଛି ଯେ ରାତି ପ୍ରାୟ ୧.୪୦ ସମୟରେ ପଞ୍ଜାବ ଏୟାର୍‌ବେସ୍‌ ଉପରେ ପାକିସ୍ତାନ ଏକ ‘ହାଇ-ସ୍ପିଡ୍‌’ ମିସାଇଲ୍‌ ପ୍ରୟୋଗ କରିଛି। 

    ଅନ୍ୟପ‌ଟେ ଭାରତ ରାୱଲପିଣ୍ଡିର ନୁର ଖାନ, ଚକୱାଲର ମୁରିଦ ଏବଂ ଶୋରକୋଟର ରଫିକିରେ ଚାରୋଟି ପ୍ରମୁଖ ପାକିସ୍ତାନୀ ବାୟୁସେନା ଘାଟି ଉପରେ ରାତିସାରା ଆକ୍ରମଣ କରିଥିଲା । ଯାହା ସାମରିକ ଭିତ୍ତିଭୂମିକୁ ଭାରୀ କ୍ଷତି ପହଞ୍ଚାଇଛି।

    ସରକାରୀ ସୂତ୍ରଗୁଡ଼ିକ ଶନିବାର ନିଶ୍ଚିତ କରିଛନ୍ତି। ସୀମା ପାର ହୋଇ ପାକିସ୍ତାନରୁ ଏକ ସିରିଜ୍ ଡ୍ରୋନ୍ ଆକ୍ରମଣ ପରେ ଏହି ଅଭିଯାନ କରାଯାଇଥିଲା। ପ୍ରତିଶୋଧ ସ୍ୱରୂପ, ଭାରତ ପାକିସ୍ତାନ ଅଧିକୃତ କଶ୍ମୀରର ନୀଲମ ଉପତ୍ୟକା ଏବଂ ସିଆଲକୋଟରେ ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ଏବଂ ସାମରିକ ପୋଷ୍ଟଗୁଡ଼ିକୁ ମଧ୍ୟ ଆକ୍ରମଣ କରିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook