Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କରାଯାଇଛି :ସୋଫିଆ କ୍ୟୁରେସି

    Share on :
    ajab-Image
    Date: May 10, 2025    Views: 2820

    ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଯୁଦ୍ଧ ଘମାସନକୁ ନେଇ ଆଜି ସେନା ଓ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରେସ୍‌ମିଟ୍ ହୋଇଛି । ମିଛୁଆ ପାକିସ୍ତାନର ଅସଲ ଚେହେରା ପର୍ଦ୍ଦାଫାସ କରିଛି ଭାରତ । ଫଟୋ ଭିଡିଓ ଦେଖାଇ ଭାରତ ପ୍ରମାଣ ଦେଇଛି । ନୂଆଦିଲ୍ଲୀ ସାଉଥ କ୍ଲବରେ ସାମ୍ପ୍ରତିକ ସ୍ଥିତି ନେଇ ମିଳିତ ପ୍ରେସ୍‌ବ୍ରିଫ୍ ଜାରି ହୋଇଛି । ପାକିସ୍ତାନ ଭାରତୀୟ ନାଗରିକ ଓ ଧାର୍ମିକ ସ୍ଥାନକୁ ଟାର୍ଗେଟ କରୁଛି । ପାକିସ୍ତାନକୁ କଡ଼ା ଜବାବ ଦିଆଯାଇଛି । ପାକିସ୍ତାନର ୪ ଏୟାରବେସ୍‌କୁ ଧ୍ୱଂସ କରାଯାଇଛି ବୋଲି କହିଛନ୍ତି କର୍ଣ୍ଣଲ ସୋଫିଆ କ୍ୟୁରେସି ।

    ପ୍ରେସ୍‌ମିଟରେ କର୍ଣ୍ଣଲ ସୋଫିଆ କହିଛନ୍ତି, '' ପାକିସ୍ତାନ ଲଗାତାର ଆଟାକ କରୁଛି । ଗତକାଲି ରାତି ୧ଟା ୪୦ରେ ପାକିସ୍ତାନ ସିରସା ବେସ୍‌କୁ ଟାର୍ଗେଟ କରି ମିସାଇଲ ମାଡ କରିଥିଲା । ପାକିସ୍ତାନ ଭାରତର ସୈନ୍ୟ ଠିକଣାକୁ ଟାର୍ଗେଟ କରୁଛି । ପାକ୍ ପୂରା ବର୍ଡରରେ ଗୁଳିଗୋଳା ବର୍ଷଣ କରୁଛି । ଡ୍ରୋନ୍ ଏବଂ ଫାଇଟର ଜେଟ୍‌ର ବ୍ୟବହାର କରିଛି । ନାଗରିକ ଏବଂ ସୈନ୍ୟ ବେସ୍‌କୁ ଟାର୍ଗେଟ କରୁଛି । ଯାହାର ଜବାବ୍‌ ଦେଇଛି ଭାରତ । ପାକିସ୍ତାନର ଫରୱାର୍ଡ ପୋଷ୍ଟରେ ସେନା ମୁତୟନ ବଢାଇଛି । ଉସକାଇବାକୁ ଏମିତି କରୁଛି ।''

    Maximum 500 characters

    ତାଜା ଖବର View all

    Find Us on Facebook