Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଓଡିଶା ସରକାରଙ୍କ ପ୍ରସ୍ତୁତି: ଆରଡିସି, ଜିଲ୍ଲାପାଳ ଓ ଓଆଇପିଏସଙ୍କ ଛୁଟି ବାତିଲ

    Share on :
    ajab-Image
    Date: May 10, 2025    Views: 3030

     ଭୁବନେଶ୍ୱର: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଲାଗି ରହିଛି । ଦେଶରେ ଏଭଳି ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ରାଜ୍ୟ ସରକାର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରି ଦେଇଛନ୍ତି । ଏନେଇ ଓଡିଶା ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଚିଠି ଲେଖି ଜଣାଇଛନ୍ତି । ସେହିପରି ଆଇପିଏସଙ୍କ ଛୁଟି ବାତିଲ ହୋଇଥିବା ନେଇ ଗୃହ ବିଭାଗର ଅତିରିକ୍ତ ସଚିବ ତ୍ରିଲୋଚନ ମାଝୀ ସୂଚନା ଦେଇଛନ୍ତି ।

    ଜମ୍ମୁ କାଶ୍ମୀର ପହେଲଗାମରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ ନେଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି । ଉଭୟ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ଉପୁଜିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆରଡିସି ଓ ଜିଲ୍ଲାପାଳଙ୍କ ଛୁଟି ବାତିଲ କରିଛନ୍ତି । ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ମହାନ୍ତି ଏନେଇ ଚିଠି ଲେଖି ଅବଗତ କରିଛନ୍ତି । ଯେଉଁମାନେ ଛୁଟିରେ ଅଛନ୍ତି, ସେମାନଙ୍କୁ ତୁରନ୍ତ କାର୍ୟ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସାଂପ୍ରତିକ ପରିସ୍ଥିତିରେ ସେମାନଙ୍କୁ ଆଉ ଛୁଟି ଦିଆଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ଅତିରିକ୍ତ ସଚିବ । ପ୍ରଶାସନିକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କୌଣସି ସରକାରୀ ଅଫିସରଙ୍କୁ ହେଡକ୍ୱାର୍ଟର ଛାଡ଼ିବାକୁ ଅନୁମତି ଦିଆଯାଇପାରିବ ନାହିଁ କୁହାଯାଇଛି ।

    Maximum 500 characters

    ତାଜା ଖବର View all

    Find Us on Facebook