Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୟୁପି ଏସ୍‌ଆଇଆର୍‌, କଟିଲା ୨.୦୪ କୋଟି ଭୋଟରଙ୍କ ନାଁ

    Share on :
    ajab-Image
    Date: Apr 11, 2026    Views: 3177

    ଲକ୍ଷ୍ନୌ : ନିର୍ବାଚନ କମିଶନ (ଇସି) ଉତ୍ତରପ୍ରଦେଶରେ ଏସ୍ଆଇଆର୍ ପରେ ଚୂଡ଼ାନ୍ତ ଭୋଟର ତାଲିକା ଶୁକ୍ରବାର ଜାରି କରିଛନ୍ତି । ଏଥିରେ ୟୁପି ଭୋଟରଙ୍କ ସଂଖ୍ୟା ୧୩% କମି ୧୩.୩୯ କୋଟି ରହିଛି । ଚୂଡ଼ାନ୍ତ ତାଲିକାରେ ୨ କୋଟି ୪ ଲକ୍ଷ ମତଦାତାଙ୍କ ନାଁ କଟିଛି । ଏସ୍ଆଇଆର୍ ପୂର୍ବରୁ ୟୁପିରେ ମୋଟ ୧୫.୪୪ କୋଟି ଭୋଟର ଥିଲେ। ପ୍ରଥମ ଚିଠା ତାଲିକା ଜାରି ହେବା ପରେ ଏହି ସଂଖ୍ୟା ୧୨.୫୫ କୋଟି ହୋଇଯାଇଥିଲା । ଏଥିରେ ୨.୮୯ କୋଟି ଲୋକଙ୍କ ନାଁ କଟିଥିଲା । ପ୍ରଥମ ଚିଠା ତାଲିକାରେ କଟିଥିବା ନାଁ ମଧ୍ୟରୁ ୮୪ ଲକ୍ଷଙ୍କ ନାଁ ଚୂଡ଼ାନ୍ତ ତାଲିକାରେ ଯୋଡ଼ା ଯାଇଛି ।

    ମୁଖ୍ୟ ନିର୍ବାଚନ ଅଧିକାର ନବନୀତ ରିଣୱା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଲକ୍ଷ୍ନୌ ରେ ସବୁଠୁ ଅଧିକ ୯.୧୪ ଲକ୍ଷ ମତଦାତା କମିଛନ୍ତି । ପ୍ରୟାଗରାଜରେ ୮.୨୬ ଲକ୍ଷ, କାନପୁରରେ ୬.୮୭ ଲକ୍ଷ, ଆଗ୍ରାରେ ୬.୩୭ ଲକ୍ଷ ଏବଂ ଗାଜିଆବାଦରେ ୫.୭୪ ଲକ୍ଷ ନାଁ କଟିଛି । ପ୍ରତିଶତ ଦୃଷ୍ଟିରୁ ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକଙ୍କ ଲକ୍ଷେ୍ନø କ୍ୟାଣ୍ଟ ବିଧାନସଭା କ୍ଷେତ୍ରରୁ ସବୁଠାରୁ ଅଧିକ ୩୪.୧୮% ଭୋଟର କମିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook