Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଧ୍ୟପ୍ରଦେଶରେ ୪୨ ଲକ୍ଷ ଭୋଟର ବାଦ

    Share on :
    ajab-Image
    Date: Dec 24, 2025    Views: 2712

    ଭୋପାଳ: ନିର୍ବାଚନ କମିସନ (ଇସି)ଙ୍କ ନିର୍ଦେଶ ମୁତାବକ ମଧ୍ୟପ୍ରଦେଶରେ ଏସ୍ଆଇଆର (ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ) ପ୍ରକ୍ରିୟା ଶେଷ ହୋଇଛି। ମଙ୍ଗଳବାର ଇସିଙ୍କ ତରଫରୁ ଚିଠା ଭୋଟର ତାଲିକା ପ୍ରକାଶ କରାଯାଇଥିବାବେଳେ ୪୨.୭୪ ଲକ୍ଷ ଭୋଟର ବାଦ ପଡିଥିବା ଜଣାପଡିଛି। ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ)ଙ୍କ ୱେବ୍‌ସାଇଟ୍‌ରେ ଏହି ତାଲିକା ଅପ୍‌ଲୋଡ କରାଯାଇଛି। ତାଲିକାରୁ ବାଦ ପଡିଥିବା ଭୋଟରଙ୍କ ମଧ୍ୟରେ ୧୯.୧୯ ଲକ୍ଷ ପୁରୁଷ ଓ ୨୩.୬୪ ଲକ୍ଷ ମହିଳା ସାମିଲ ଅଛନ୍ତି। ରାଜ୍ୟର ମୋଟ ୫,୭୪,୦୬,୧୪୩ ଭୋଟରଙ୍କ ମଧ୍ୟରୁ ୫,୩୧,୩୧,୯୮୩ ଜଣ ଏନୁମେରେସନ ଫର୍ମ ଦାଖଲ କରିଥିଲେ। ଏଥି ମଧ୍ୟରୁ ୪୨,୭୪, ୧୬୦ ଭୋଟର ବାଦ ପଡିଛନ୍ତି ବୋଲି ସିଇଓ ସଞ୍ଜୀବ କୁମାର ଝା ସୂଚନା ଦେଇଛନ୍ତି। ଯେଉଁ ଭୋଟରଙ୍କ ନାମ ଚିଠା ତାଲିକାରୁ ବାଦ ପଡିଛି, ସେମାନେ ୨୦୨୬ ଜାନୁଆରୀ ୨୨ ସୁଦ୍ଧା ଆବେଦନ କରିପାରିବେ ବୋଲି କୁହାଯାଇଛି। ଫେବୃଆରୀ ୨୧ରେ ଚୂଡାନ୍ତ ଭୋଟର ତାଲିକା ଜାରି କରାଯିବ।

    ଅପରପକ୍ଷରେ ମଙ୍ଗଳବାର କେରଳ ପାଇଁ ମଧ୍ୟ ଚିଠା ତାଲିକା ଜାରି କରାଯାଇଛି। ତଦନୁଯାୟୀ ୨୪,୦୮,୫୦୩ ତାଲିକାରୁ ବାଦ ପଡିଛନ୍ତି। ଏମାନଙ୍କ ମଧ୍ୟରୁ ୬,୪୯,୮୮୫ ଜଣଙ୍କର ମୃତ୍ୟୁ ଘଟିସାରିଛି ଓ ୬,୪୫,୫୪୮ ଜଣ ଭୋଟରଙ୍କ ପତ୍ତା ମିଳୁନଥିବାବେଳେ ୮,୧୬,୨୨୧ ଜଣ ଅନ୍ୟତ୍ର ସ୍ଥାନାନ୍ତର ହୋଇଛନ୍ତି। ମଧ୍ୟପ୍ରଦେଶ ଓ କେରଳ ବ୍ୟତୀତ ଇସିଙ୍କ ପକ୍ଷରୁ ଛତିଶଗଡ ପାଇଁ ମଧ୍ୟ ଚିଠା ତାଲିକା ପ୍ରକାଶ କରାଯାଇଛି। ଛତିଶଗଡରେ ୨୭ ଲକ୍ଷରୁ ଅଧିକ ଭୋଟର ତାଲିକାରୁ ବାଦ ପଡିଛନ୍ତି। ଏମାନଙ୍କ ମଧ୍ୟରେ ୬,୪୨,୨୩୪ ପ୍ରାଣ ହରାଇସାରିଥିବାବେଳେ ୧୯,୧୩,୫୪୦ ଜଣ ଅନୁପସ୍ଥିତ ଥିବା ଜଣାପଡିଛି। ୧,୭୯,୦୪୩ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ପଞ୍ଜିକୃତ ଥିବାରୁ ସେମାନଙ୍କୁ ମଧ୍ୟ ତାଲିକାରୁ ବାଦ ଦିଆଯାଇଥିବା କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook