Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କାହିଁକି କାନ୍ଦି ପକାଇଲେ କୋହଲି, ଜାଣନ୍ତୁ ?

    Share on :
    ajab-Image
    Date: Apr 24, 2020    Views: 4701

    ନୂଆଦିଲ୍ଲୀ: ସମ୍ପ୍ରତି ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ଏକ ନମ୍ବର ବ୍ୟାଟସମ୍ୟାନ । ଏହି ସ୍ତରକୁ ଆସିବା ପୂର୍ବରୁ ସେ ବହୁ କଷ୍ଟ ସହିଥିଲେ । ଏକଦା ତାଙ୍କୁ ରାଜ୍ୟ ଦଳରେ ସ୍ଥାନ ମିଳିନଥିଲା । ଯେଉଁ ଦିନ ରାଜ୍ୟ ଦଳ ତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲା ସେହି ରାତିସାରା ସେ ଶୋଇପାରିନଥିଲେ । ବାରମ୍ବାର ଚିକ୍ରାର କରିଥିଲେ ବୋଲି ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ଏକ ଅନଲାଇନ ଆଲୋଚନା ବେଳେ କୋହଲି କହିଛନ୍ତି । ପ୍ରଥମ ଥର ପାଇଁ ରାଜ୍ୟ ଦଳ ଚୟନରେ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମୋର ମନେ ଅଛି ଯେ ବିଳମ୍ବିତ ରାତିରେ ମୁଁ କାନ୍ଦିଥିଳି ପ୍ରାୟ ତିନିଟା ପର୍ଯ୍ୟନ୍ତ । ସକାଳେ ଏହାକୁ ବିଶ୍ୱାସ କରିପାରିଲି ନାହିଁ । କାରଣ ମୁଁ ଭଲ ସ୍କୋର କରିଥିଲି । ଦଳରେ ସ୍ଥାନ ପାଇବା ଲାଗି ମୋ ପ୍ରଦର୍ଶନ ଠିକ୍‍ ଥିଲା । କିନ୍ତୁ ମୋତେ ପ୍ରତ୍ୟାଖ୍ୟାନ କରାଯାଇଥିଲା । ମୋର ପ୍ରଶିକ୍ଷକଙ୍କୁ ଦୁଇ ଘଣ୍ଟା ଧରି ଏହି ବିଷୟ ପଚାରିଲି, କାହିଁକି ମୁଁ ଚୟନ ହେଲିନି? ଏହାର ଉତ୍ତର ପାଇନଥିଲି ବୋଲି ୩୧ ବର୍ଷୀୟ କୋହଲି କହିଛନ୍ତି । ଯେତେବେଳେ ଉତ୍ସାହ ଏବଂ ପ୍ରତିବଦ୍ଧତା ଥାଏ, ସେତେବେଳେ ପ୍ରେରଣା ନିଶ୍ଚିତ ଫେରି ଆସେ । କରୋନା ଆମକୁ ଅଧିକ ଦୟାଳୁ କରିପାରିଛି ବୋଲି କୋହଲି ମତ ରଖିଛନ୍ତି ।

    ନିଜ ରାଜ୍ୟ ଦିଲ୍ଲୀ ପକ୍ଷରୁ କୋହଲି ୨୦୦୬ ରେ ପଦାର୍ପଣ କରିଥିଲେ । ଏହାର ଦୁଇ ବର୍ଷ ପରେ ଶ୍ରୀଲଙ୍କା ବିପକ୍ଷରେ ଦିନିକିଆ ଅନ୍ତର୍ଜାତୀୟ ଜୀବନ ଆରମ୍ଭ କରିଥିଲେ । ଏ ପର୍ଯ୍ୟନ୍ତ ସେ ୮୬ଟି ଟେଷ୍ଟ ଖେଳି ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସହାୟତାରେ ୭୨୪୦ ରନ କରି ସାରିଲେଣି । ୨୦୧୭ ରେ ଅନୁଷ୍କାଙ୍କୁ କୋହଲି ବିବାହ କରିଥିଲେ । ଏହା ତାଙ୍କ ସର୍ବଶ୍ରେଷ୍ଠ ସମୟ ଥିଲା ବୋଲି କୋହଲି କହିଛନ୍ତି । ଆମେ ଦୁହେଁ ୨୦୧୩ରେ ଏକ ସାମ୍ପୋ ବିଜ୍ଞାପନରେ ଦେଖା ହୋଇଥିଲୁ । ତାଙ୍କ ବ୍ୟକ୍ତିତ୍ୱ, ପରିସ୍ଥିତିକୁ ମୁକାବିଲାର କ୍ଷମତା ପ୍ରକୃତରେ ମୋତେ ପ୍ରେରଣା ଦେଇଥିଲା । ମୁଁ ପୂର୍ବରୁ ଧୈର୍ଯ୍ୟହରା ଥିଳି । ତାଙ୍କ ସହ ମିଶିବା ପରେ ଯାହା ବଦଳି ଯାଇଥିଲା । ଯେତେ ସଫଳ ହେଲେ ମଧ୍ୟ ନିଜର ଗର୍ବକୁ ନିୟନ୍ତ୍ରଣ କରିବାକୁ ପଡ଼ିବ । ପ୍ରତିକୂଳ ପରିସ୍ଥିତିରେ ଦୃଢ଼ ରହିବାକୁ ହେବ । ଲଢେ଼ଇ ଜାରି ରଖିବାକୁ ପଡ଼ିବ । ଏସବୁ ମୁଁ ତାଙ୍କଠୁ ଶିଖିଥିଲି ବୋଲି କୋହଲି ପ୍ରକାଶ କରିଛନ୍ତି । ଯଦି ତୁମ ବିପକ୍ଷରେ ସବୁ ଯାଉଛି ତେବେ ତୁମେ ଗର୍ଜିବା ଦରକାର ନାହିଁ । ଯଦି ଦଳ ଚାହୁଁଛି ଟେଷ୍ଟ ମ୍ୟାଚରେ ତୁମେ ୨୦ ରନ୍‍ ପାଇଁ ୨ ଘଣ୍ଟା ବ୍ୟାଟିଂ କର । ତା ହେଲେ ତୁମେ ଦଳ ପାଇଁ ଖେଳୁଛ ଏବଂ ଏଥିପାଇଁ ତୁମକୁ ଦରମା ମିଳୁଛି ବୋଲି ସେ କହିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook