Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରଣଜୀରେ ଫେଲ :୬ ରନ କରି ପାଭିଲିୟନ ଫେରିଲେ ବିରାଟ

    Share on :
    ajab-Image
    Date: Jan 31, 2025    Views: 3113

    ନୂଆଦିଲ୍ଲୀ: ରଣଜୀରେ ଫେଲ ହେଲେ ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲି । ୧୩ ବର୍ଷ ପରେ ରଣଜୀ ମୈଦାନକୁ ଓହ୍ଲାଇଥିବା ଏହି ଷ୍ଟାର ବ୍ୟାଟ୍ସମ୍ୟାନ ମାତ୍ର ୬ ରନ କରି ପାଭିଲିୟନ ଫେରିଯାଇଛନ୍ତି । ବିରାଟ ଆଉଟ ହେବା ପରେ ପୂରା ଷ୍ଟାଡିୟମରେ ନୀରବତା ଦେଖିବାକୁ ମିଳିଥିଲା । କାରଣ ବିରାଟଙ୍କ ରଣଜୀ ଖେଳ ଦେଖିବାକୁ ଷ୍ଟାଡିୟମକୁ ଛୁଟିଥିଲେ ହଜାର ହଜାର ଦର୍ଶକ । ଏମିତି କି ବିରାଟଙ୍କ ଟିକେ ଝଲକ ପାଇଁ ଷ୍ଟାଡିୟମ ବାହାରେ ଠେଲାପେଲା ଦେଖିବାକୁ ମିଳିଥିଲା । ହେଲେ ବିରାଟଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । 
    ୩୦ ଜାନୁଆରୀରେ ରେଲଓ୍ବେ ବିପକ୍ଷରେ ଦିଲ୍ଲୀ ପାଇଁ ରଣଜୀ ମୈଦାନକୁ ଓହ୍ଲାଇଥିଲେ ବିରାଟ । ପ୍ରଥମ ଦିନରେ ଦିଲ୍ଲୀ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ସେହି ଦିନ ଦର୍ଶକ ବିରାଟଙ୍କ ବ୍ୟାଟିଂ ଦେଖିପାରିନଥିଲେ ସତ କିନ୍ତୁ ପଡିଆରେ ବିରାଟଙ୍କ ଝଲକ ଦେଖିଥିଲେ । ଦ୍ବିତୀୟ ଦିନରେ ଦିଲ୍ଲୀ ୨ ଓ୍ବିକେଟ ହରାଇବା ପରେ ୩ ଓ୍ବିକେଟରେ ଆସିଥିଲେ ବିରାଟ । ହେଲେ ଏତେଟା ପ୍ରଭାବୀ ପ୍ରଦର୍ଶନ ଦେଖାଇ ପାରିନଥିଲେ । ସେ ରେଲଓ୍ବେର ଦ୍ରୁତ ବୋଲର ହିମାଂଶୁ ସାଙ୍ଗବାନଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ । ବିରାଟ କୋହଲି ରଣଜୀ ଖେଳିବାକୁ କହିବା ପରେ ଦିଲ୍ଲୀ କ୍ରିକେଟ ପକ୍ଷରୁ ଜବରଦସ୍ତ ବନ୍ଦୋବସ୍ତ ହୋଇଥିଲା । ଦର୍ଶକଙ୍କୁ ଫ୍ରିରେ ଷ୍ଟାଡିୟମ ପ୍ରବେଶ ପାଇଁ ଅନୁମତି ମିଳିଥିଲା । ଯେଉଁଥିପାଇଁ କିଙ୍ଗ କୋହଲିଙ୍କୁ ଦେଖିବାକୁ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା । ପରିସ୍ଥିତି ଏମିତି ହୋଇଥିଲା ଯେ ଦଳଚକଟାରେ କିଛି ଦର୍ଶକ ଆହତ ହୋଇଥିଲେ । ଆଉ ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସ ବି ଆହତ ହୋଇଥିଲା । ଚଳିତ ରଣଜୀରେ କେବଳ ବିରାଟ ନୁହେଁ ରୋହିତ ଶର୍ମା, ରିଷବ ପନ୍ତ, ଯଶସ୍ବୀ ଜୟସ୍ବାଲଙ୍କ ଭଳି ଷ୍ଟାର ଖେଳାଳି ଫ୍ଲପ ହୋଇଛନ୍ତି । 

    Maximum 500 characters

    ଖେଳ ଖବର View all

    Find Us on Facebook