Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଣି ଭୀମସାରରେ ୧୬ କରୋନା ପଜିଟିଭ

    Share on :
    ajab-Image
    Date: Nov 25, 2021    Views: 2667

    ସମ୍ବଲପୁର: ସମ୍ବଳପୁର ବୁର୍ଲା ଭୀମସାରରେ ବୁଧବାର ଆଉ ୧୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଭୀମସାରରେ ସଂକ୍ରମିତଙ୍କ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ  ଏମବିବିଏସ୍ର ୨୩ଜଣ ଛାତ୍ରୀ ଓ ୨୪ଜଣ ଛାତ୍ର ଅଛନ୍ତି । ଏଥିପାଇଁ ଜିଲ୍ଲା ପ୍ରଶାସନ ଭୀମସାରର ୫ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ ଜୋନ୍ ଘୋଷଣା କରିଛି । ସେହି ୫ଟି ହଷ୍ଟେଲ ହେଲା ସାବିତ୍ରୀ ଗିରି, ଗାର୍ଗି, ଚରକ, ଭ୍ରୁଗୁ ଓ ପାତଞ୍ଜଳୀ । ଏହାସହିତ ଅପଲା ଗାର୍ଲସ୍ ହଷ୍ଟେଲ, ଆଶ୍ରେୟ, ବିଶ୍ୱମିତ୍ର, ମାର୍କେଣ୍ଡିୟ ହଷ୍ଟେଲକୁ ବଫର ଜୋନ ଭାବେ ଘୋଷଣା କରାଯାଇଛି । 
    ଭିମସାରର ଅଧ୍ୟକ୍ଷ ପ୍ରଫେସର ଲାଲମୋହନ ନାଏକ କହିଛନ୍ତି, ସଂକ୍ରମଣ ମୁକାବିଲା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ସୂଚନା ଅନୁସାରେ ଟେଷ୍ଟ ପାଇଁ ୩ଶହ ଜଣଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସମସ୍ତ ସଂକ୍ରମିତ ଆଇସୋଲେଶନରେ  ରହିଛନ୍ତି । ସଂକ୍ରମଣ ହୁ ହୁ ହୋଇ ବଢୁଥିବାବେଳେ ଅଫଲାଇନରେ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇ, ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନିଆଯାଇଛି ଓ ସମ୍ବଲପୁର ମହାନଗର ନିଗମ ପକ୍ଷରୁ ବେଦବ୍ୟାସ ଗେଷ୍ଟ ହାଉସରେ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି । ସେଠାରେ ସ୍ୱାସ୍ଥ୍ୟ ବିଭାଗ, ଏସ୍ଏମସି କର୍ମଚାରୀ ଓ ପୋଲିସ୍ ନିୟୋଜିତ ରହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook