Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ୭୧ ବର୍ଷ ପରେ ହ୍ରଦରୁ ମିଳିଲା ଏହି ଗାଁ’ର ମୃତଦେହ

    Share on :
    ajab-Image
    Date: Aug 30, 2021    Views: 2911

    ଦୀର୍ଘ ଦଶନ୍ଧି ପୂର୍ବରୁ କୁ୍ୟରୋନ୍ ନାମକ ଏହି ଗାଁ ଅଷ୍ଟ୍ରିଆ ଓ ସ୍ୱିଜରଲ୍ୟାଣ୍ଡର ସୀମାରେ ଅବସ୍ଥିତ । ସାଉଥ ଟାଇରୋଲ୍ ପୂର୍ବରୁ ଏହା ଅଷ୍ଟ୍ରିଆର ଏକ ଅଂଶ ଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଏହା ଇଟାଲି ଦ୍ୱାରା ମିଶିଥିଲା । ଏହି ଗାଁ’ରେ ଶହଶହ ଲୋକ ବାସ କରୁଥିଲେ । ମାତ୍ର ୭୧ ବର୍ଷ ପୂର୍ବେ ଏକ ଜଳ ବିଦୁ୍ୟତ୍ ଉପôାଦନ ପାଇଁ ଏହି ଦେଶର ସରକାର ଏକ ବନ୍ଧ ନିର୍ମାଣ କରିଥିଲେ । ଏହି ୧୯୫୦ ମସିହାରେ ଏହି ଜଳଭଣ୍ଡାର ନିର୍ମାଣ ପାଇଁ ଦୁଇଟି ହ୍ରଦକୁ ମିଶାଇ ଦିଆଯାଇଥିଲା । ଏହାପୋର ଏହି ଗାଁ’ଟି ଜଳମଗ୍ନ ହୋଇଗଲା । ଗାଁ ପାଣିରେ ବୁଡିଯିବାରୁ ସେଠାରେ ବସବାସ କରୁଥିବା ଲୋକ ନିକଟସ୍ଥ ଏକ ନୂତନ ଗାଁକୁ ଚାଲିଗଲେ । ଇଟାଲିର ଦକ୍ଷିଣ ଟାଇରୋଲର ପଶ୍ଚିମ ଭାଗରେ ଅବସ୍ଥିତ ଜଳଭଣ୍ଡାରରେ, ଯେତେବେଳେ ମରାମତି କାର୍ଯ୍ୟ ଆରମ୍ଭ ହେଲା ଏହାର ଜଳ ସାମୟିକ ଭାବରେ ଶୁଖିଗଲା । ପାଣି ଶୁଖିବା ପରେ ଏହି ଗାଁ ର ଅବଶେଷ ଦେଖିବାକୁ ମିଳିଥିଲା । ଲେଖକ ମାର୍କୋ ବାଲଜାନୋ କୁ୍ୟରୋନ୍ ଗାଁରେ ଏକ ଉପନ୍ୟାସ ଲେଖିଥିଲେ । ଟାଇମ୍ସ ସହିତ ଏକ ବା ର୍ାଳପରେ ମାର୍କୋ ବାଲଜାନୋ କହିଛନ୍ତି ଯେ ଏହି ଛୋଟ ଗାଁ ସହିତ ଜଡିତ ସ୍ମୃତି ଅନେକ ଅସୁବିଧା ଓ ଦୁଃଖର ଅଟେ । କେବଳ ଏତିକି ନୁହେଁ, ଏହି ଗାଁର ଇତିହାସ ଉପରେ ୨୦୨୦ ମସିହାରେ ନେଟଫ୍ଲିକ୍ସରେ କୁ୍ୟରୋନ୍ ନାମକ ଏକ ନାଟକ ପ୍ରସାରିତ ହୋଇଥିଲା ।

    Maximum 500 characters

    ଅଜବ View all

    Find Us on Facebook