Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦୁର୍ଗା ପୂଜା

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜୟ, ଜାଣନ୍ତୁ କାହିଁକି

    Share on :
    ajab-Image
    Date: May 15, 2026    Views: 2531

    ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଏକ ଅପିଲ୍ କରିଛନ୍ତି । କପା ଉପରେ ୧୧ ପ୍ରତିଶତ ଆମଦାନୀ ଶୁଳ୍କ ତୁରନ୍ତ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଛନ୍ତି । କପା ସାମଗ୍ରୀର ବୃଦ୍ଧି ପାଉଥିବା ମୂଲ୍ୟ ଯୋଗୁଁ ରାଜ୍ୟର ବୟନ ଏବଂ ପୋଷାକ କ୍ଷେତ୍ର ଏକ ଗମ୍ଭୀର ସଙ୍କଟର ସମ୍ମୁଖୀନ ହେଉଛି ବୋଲି ଚିଠିରେ କହିଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ।
    ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଏକ ଚିଠିରେ ସିଏମ୍ ବିଜୟ କହିଛନ୍ତି ଯେ, କପା ଏବଂ ସୂତା ମୂଲ୍ୟରେ ବୃଦ୍ଧି ପୋଷାକ ନିର୍ମାତାଙ୍କ ଉପରେ ପ୍ରବଳ ଚାପ ପକାଇଛି । ଏହି କ୍ଷେତ୍ର ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଶ୍ରମିକଙ୍କ ଜୀବିକାକୁ ବିପଦରେ ପକାଇଛି । ତାମିଲନାଡୁକୁ ଭାରତର ସର୍ବବୃହତ ବସ୍ତ୍ର ଏବଂ ପୋଷାକ ରପ୍ତାନିକାରୀ ରାଜ୍ୟ ଭାବରେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଯେ, ଏହି ଶିଳ୍ପ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବରେ ଲକ୍ଷ ଲକ୍ଷ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରେ ।
    ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, କପା ଏବଂ ସୂତାର ମୂଲ୍ୟରେ ଅଭୂତପୂର୍ବ ବୃଦ୍ଧି ଯୋଗୁଁ ତାମିଲନାଡୁର ବୟନ ଏବଂ ପୋଷାକ ଶିଳ୍ପ ଏକ ଗମ୍ଭୀର ସଙ୍କଟ ଦେଇ ଗତି କରୁଛି । ଏହି ବୃଦ୍ଧି ମୁଖ୍ୟତଃ ଘରୋଇ କପା ଉତ୍ପାଦନ ହ୍ରାସ ଏବଂ ସାରା ଦେଶରେ ବାଣିଜ୍ୟ କାର୍ୟ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ହୋଇଛି, ଯାହା ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଥିଲା ଏବଂ କପଡ଼ା ନିର୍ମାତାମାନଙ୍କୁ ପ୍ରଭାବିତ କରିଛି । ଚିଠିରେ ସେ ଆହୁରି ମଧ୍ୟ କହିଛନ୍ତି ଯେ, କଞ୍ଚାମାଲର ନିରନ୍ତର ଯୋଗାଣ ଏବେ କେବଳ ଆମଦାନୀ ମାଧ୍ୟମରେ ସୁନିଶ୍ଚିତ କରାଯାଇପାରିବ, କିନ୍ତୁ କପା ଉପରେ ପୂର୍ବରୁ ଥିବା ୧୧ ପ୍ରତିଶତ ଆମଦାନୀ ଶୁଳ୍କ ଯୋଗୁଁ, ଆମଦାନୀ ଶିଳ୍ପ ପାଇଁ ମହଙ୍ଗା ଏବଂ ଅବ୍ୟବହାରିକ ପ୍ରମାଣିତ ହେଉଛି ।
    ମୁଖ୍ୟମନ୍ତ୍ରୀଙ୍କ ଅନୁଯାୟୀ, ଗତ ୨ ମାସରେ କପା ମୂଲ୍ୟ ପ୍ରତି କ୍ୟାଣ୍ଡି ୫୪,୭୦୦ ରୁ ୬୭,୭୦୦କୁ ବୃଦ୍ଧି ପାଇଛି, ଯାହା ପ୍ରାୟ ୨୫ ପ୍ରତିଶତ ବୃଦ୍ଧି। ସେହି ସମୟ ମଧ୍ୟରେ, ସୂତା ମୂଲ୍ୟ ମଧ୍ୟ ପ୍ରତି କିଲୋଗ୍ରାମ ୩୦୧ ରୁ ୩୩୦କୁ ବୃଦ୍ଧି ପାଇଛି।ମୁଖ୍ୟମନ୍ତ୍ରୀ ବିଜୟ କହିଛନ୍ତି ଯେ, ଏହି ବୃଦ୍ଧି ମୁଖ୍ୟତଃ ଘରୋଇ କପା ଉତ୍ପାଦନ ହ୍ରାସ ଏବଂ ସାରା ଦେଶରେ ବାଣିଜ୍ୟ କାର୍ୟ୍ୟକଳାପ ବୃଦ୍ଧି ପାଇବା ଯୋଗୁଁ ହୋଇଛି, ଯାହା ଯୋଗାଣ ଶୃଙ୍ଖଳାକୁ ବାଧାପ୍ରାପ୍ତ କରିଥିଲା ଏବଂ କପଡ଼ା ନିର୍ମାତାମାନଙ୍କୁ ପ୍ରଭାବିତ କରିବ ।

     

    Maximum 500 characters

    ଦୁର୍ଗା ପୂଜା View all

    Find Us on Facebook