ମୁଖ୍ୟ ଖବର
ମାଲକାନଗିରି: ଭିଜିଲାନ୍ସ ଜାଲରେ ମାଲକାନଗିରି ଜଳ ବିଭାଜନ ପ୍ରକଳ୍ପ ନିର୍ଦ୍ଦେଶକ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଉପ ନିର୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ଘରେ ଭିଜିଲାନ୍ସ ଚଢାଉ କରୁଛି। ଜୟପୁର, ମାଲକାନଗିରି, କଟକ ଏବଂ ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ରେଡ୍ ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ଜୟପୁର ଘରୁ ପ୍ରାୟ ଦେଢ କୋଟି ଟଙ୍କା ଜବତ ହେଲାଣି। କଟକ ବାଲିସାହିରେ ଥିବା ପୈତୃକ ଘର, ଭୁବନେଶ୍ଵର ହାଉସିଂ ବୋର୍ଡ କଲୋନୀ ଓ ଭୀମଟାଙ୍ଗୀରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରେଡ୍ ଚାଲିଛି। ଜୟପୁର ଘରର ଆସବାବପତ୍ର ଦେଖି ଭିଜିଲାନ୍ସ ତାଜୁବ ହୋଇଯାଇଛି । ମାଲକାନଗିରିର ୪ଟି ସ୍ଥାନ ରେଡ୍ କରୁଛି ଭିଜିଲାନ୍ସ ଟିମ। ମାଲକାନଗିରି ଜିଲ୍ଲାର ସରକାରୀ କାର୍ୟ୍ୟାଳୟ ସହ ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ , ଡାଟା ଏଣ୍ଟ୍ରି ଅପରେଟର ବିଶ୍ବଜିତ ମଣ୍ଡଳ ଓ ଡବ୍ଲୁଏମଟି ଅମିଅ ସାହୁଙ୍କ ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରୁଛି ।
Comments ସମସ୍ତ ମତାମତ