Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲାଞ୍ଚ ନେଇ ଫସିଗଲେ ରାଜସ୍ୱ ସହାୟକ ଓ କନିଷ୍ଠ କିରାଣି

    Share on :
    ajab-Image
    Date: Nov 23, 2022    Views: 4081

    ଖଲ୍ଲିକୋଟ/ଝାରସୁଗୁଡ଼ା: ଲାଞ୍ଚ ନେଇ  ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ଦୁଇ ଜଣ ସରକାରୀ କର୍ମଚାରୀ। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଗଞ୍ଜାମ ଜିଲ୍ଲା କୋଦଳା ତହସିଲ ଅଫିସର ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ। ଅନ୍ୟ ଜଣେ ହେଉଛନ୍ତି ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ।କୋଦଳା ତହସିଲ ଅନ୍ତର୍ଗତ ବି. ନୂଆଗାଁର ଦଣ୍ଡପାଣି ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଘରବାରି ପଟ୍ଟା କରାଇ ଦେବା ନାଁରେ ୬ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସଞ୍ଜୟ କୁମାର ସେଠୀଙ୍କୁ ଧରିଥିଲା ବ୍ରହ୍ମପୁର ଭିଜିଲାନ୍ସ ଟିମ୍।
    ଘରବାରି ପଟ୍ଟା କରାଇ ଦେବା ପାଇଁ ଦଣ୍ଡପାଣିଙ୍କୁ ବରିଷ୍ଠ ରାଜସ୍ୱ ସହାୟକ ସଞ୍ଜୟ କୁମାର ସେଠୀ ୬ ହଜାର ଟଙ୍କା ମାଗିଥିଲେ। କୋଦଳାର ଏକ ହୋଟେଲ୍‌ରେ ଆଣି ଟଙ୍କା ଦେବାକୁ ସେ ଦଣ୍ଡପାଣିଙ୍କୁ କହିଥିଲେ। ସଞ୍ଜୟ କୁମାର ସେଠୀ ଲାଞ୍ଚ ମାଗୁଥିବା ନେଇ ଦଣ୍ଡପାଣି ଭିଜିଲାନ୍ସରେ ଅଭିଯୋଗ କରିଥିଲେ।
    ଅଭିଯୋଗ ପାଇବା ପରେ ଯୋଜନା ମୁତାବକ ଆଜି ସଞ୍ଜୟ କୋଦଳାର ଏକ ହୋଟେଲରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ବେଳେ ତାଙ୍କୁ ଭିଜିଲାନ୍ସ କର୍ମଚାରୀମାନେ ଧରିଥିଲେ। ସଞ୍ଜୟ ୬ ହଜାର ଟଙ୍କା ସହ ଅଭିଯୋଗକାରୀଙ୍କ ଠାରୁ ବାଦାମ ଓ ମୁଗ ମଧ୍ୟ ଦେଇଥିଲେ।
    ସଞ୍ଜୟଙ୍କୁ ଲାଞ୍ଚ ଟଙ୍କା ସହିତ ଧରିବା ପରେ ଭିଜିଲାନ୍ସ କର୍ମଚାରୀମାନେ ତାଙ୍କୁ କୋଦଳା ତହସିଲ କାର୍ୟ୍ୟାଳୟକୁ ଆଣି ଖୋଳତାଡ଼ କରିଥିଲେ ଓ ପରେ ତାଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କାର୍ୟ୍ୟାଳୟକୁ ନିଆଯାଇଥିଲା।

    ସେହିପରି ଖରିଫ ଫସଲ ବୀମା କରାଇ ଦେବାକୁ ଜଣେ ଚାଷୀଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଝାରସୁଗୁଡ଼ା ଜିଲ୍ଲା କୃଷି ବିଭାଗର କନିଷ୍ଠ କିରାଣି ଅଜୟ ପାଣ୍ଡେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook