Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବେଆଇନ କରତକଳ ଉପରେ ଭିଜିଲାନ୍ସ ଚଢାଉ

    Share on :
    ajab-Image
    Date: Jun 23, 2022    Views: 3855

    ନିଆଳି: ବାଲିପାଟଣା ନିକଟରେ ବେଆଇନ ଭାବେ ଚାଲିଥିବା ଏକ ବେଆଇନ କରତକଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢ଼ାଉ । ଏହି ଚଢାଉରେ ବ୍ୟବହୃତ ଯନ୍ତ୍ରପାତି ସହ ଚିରାକଠ ଜବତ କରିଛି ଭିଜିଲାନ୍ସ ବିଭାଗ । ସୂଚନା ଅନୁସାରେ, ବାଲିପାଟଣା ଓ ବାଲିଅନ୍ତା ବ୍ଲକ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ୧୦ରୁ ଉର୍ଦ୍ଧ୍ବ କରତ କଳ ବେଆଇନ ଭାବେ ଚାଲୁଥିବା ନେଇ ଭିଜିଲାନ୍ସ ବିଭାଗ ଖବର ପାଇଥିଲା ।

    ବେଆଇନ କରତ କଳ ଉପରେ ଭିଜିଲାନ୍ସ ଓ ବନବିଭାଗର ମିଳିତ ଚଢାଉଖବରପାଇ ଆଜି ଭୋର୍‌ ସମୟରେ ବେଆଇନ କରତ କଳ ଉପରେ ଅର୍ତକିତ ଚଢାଉ କରିଥିଲା ଭିଜିଲାନ୍ସ ବିଭାଗ । ଏହି ଚଢାଉରେ ଲକ୍ଷାଧିକ ମୂଲ୍ୟର ଯନ୍ତ୍ରାଂଶ ଓ କାଠ ଜବତ କରିଛି ଭିଜିଲାନ୍ସ ବିଭାଗ ।‌ ଚଢାଉ ସମୟରେ ବାଲିପାଟଣା ପୋଲିସ୍ ଓ ବାଳକାଟି ରେଞ୍ଜର କର୍ମଚାରୀ ଉପସ୍ଥିତ ଥିଲେ । ବାଲିପାଟଣା ଓ ବାଲିଅନ୍ତା ବ୍ଲକର ୧୦ଟି ସ୍ଥାନରେ ଏହି ଭଳି ବେଆଇନ କରତ କଳ ଚାଲୁଥିବା ବହୁ ସମୟରେ ଅଭିଯୋଗ ହୋଇ ଆସୁଥିଲା ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook