ମୁଖ୍ୟ ଖବର
ସମ୍ବଲପୁର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସମ୍ବଲପୁର କାରଖାନା ଓ ବଏଲର ସହକାରୀ ନିର୍ଦ୍ଦେଶକ ଉମାକାନ୍ତ ସାମନ୍ତରାୟଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଗିରଫ ପରେ ଆଜି ତାଙ୍କୁ ସମ୍ବଲପୁର ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତରେ ହାଜର କରାଯିବ।
ସୂଚନାଯୋଗ୍ୟ, ଶ୍ରୀ ସାମନ୍ତରାୟଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟରେ ଚଢ଼ାଉ ବେଳେ ପ୍ରଚୁର ଅଘୋଷିତ ସମ୍ପତ୍ତିର ସନ୍ଧାନ ମିଳିଥିଲା। ଏଥିମଧ୍ୟରେ ୪ଟି ବହୁତଳ ପ୍ରାସାଦ (ଭୁବନେଶ୍ୱରରେ ୨ଟି ଓ ପୁରୀରେ ୧ଟି), ଗୋଟିଏ ୩-BHK ଫ୍ଲାଟ୍, ୩୦ଟି ଦାମୀ ପ୍ଲଟ୍, ୩୦୦ ଗ୍ରାମ୍ ସୁନା, ୩୬.୭୮ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା ଏବଂ ଗୋଟିଏ ଚାରିଚକିଆ ଯାନ ପ୍ରଭୃତି ସାମିଲ ଅଛି। ଏହି ସମ୍ପତ୍ତି ବାବଦରେ ସେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।
ଏହି ସଂକ୍ରାନ୍ତରେ ସମ୍ବଲପୁର ଭିଜିଲାନ୍ସ ଥାନାରେ ଦୁର୍ନୀତି ନିବାରଣ ଆଇନ ଅଧୀନରେ କେସ୍ ନଂ ୧୮/୨୦୨୬ ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି।
Comments ସମସ୍ତ ମତାମତ