Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ କୋର୍ଟ କିରାଣୀ

    Share on :
    ajab-Image
    Date: Sep 11, 2026    Views: 3093

    ମାଲକାନଗିରି: ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମାଥିଲି ଜେଏମ୍‌ଏଫ୍‌ସି କୋର୍ଟର କିରାଣୀ ଅଚ୍ୟୁତ ପ୍ରଧାନ। ଏକ ମାମଲା ରଫାଦଫା କରିଦେବା ପାଇଁ ସେ ଅଭିଯୋଗକାରୀଙ୍କୁ ଲାଞ୍ଚ ମାଗିଥିବା ଜଣାପଡ଼ିଛି।ସୂଚନା ଅନୁଯାୟୀ, ଅଚ୍ୟୁତ ପ୍ରଧାନ ନିଜ ଘରକୁ ଡାକି ମାମଲାର ସମାଧାନ କରିଦେବା ପାଇଁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ତାଙ୍କୁ ଲାଞ୍ଚ ଟଙ୍କା ସହ ଧରିଥିଲା।ଘଟଣା ପରେ ଜୟପୁର ଓ ମାଲକାନଗିରି ଭିଜିଲାନ୍ସର ମିଳିତ ଟିମ୍ ଅଚ୍ୟୁତ ପ୍ରଧାନଙ୍କ ଘର ସମେତ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଲାଞ୍ଚ କାରବାର ସମ୍ପର୍କିତ ଅନ୍ୟାନ୍ୟ ଦିଗ ନେଇ ମଧ୍ୟ ତଦନ୍ତ କରାଯାଉଛି।ଏହି ଘଟଣାକୁ ନେଇ ମାଥିଲି ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook