Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ

    Share on :
    ajab-Image
    Date: Jul 8, 2026    Views: 2849

    ଜୟପୁର: ଭିଜିଲାନ୍ସ ଜାଲରେ ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ। ଜଣେ ବାଲି ବ୍ୟବସାୟୀଙ୍କ ଠାରୁ ୨ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ । ଜୟପୁର ସମେତ କଟକର ୨ଟି ସ୍ଥାନରେ ଏକକାଳୀନ ଚଢାଉ ଚାଲିଛି।

    ସୂଚନାନୁଯାୟୀ, ଜୟପୁର ଖଣି ଉପନିର୍ଦ୍ଦେଶକ ସତ୍ୟଜିତ ରାଉତ ଜଣେ ବାଲି ଲିଜଧାରୀଙ୍କ ଲିଜ୍ ଅବଧି ବୃଦ୍ଧି ପାଇଁ ୨ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ। ଏହି ସମୟରେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିଲା। ଏହାପରେ ଭିଜିଲାନ୍ସ ସତ୍ୟଜିତଙ୍କ ଜୟପୁର ସମେତ ରାୟଗଡା, କଟକର ବିଦ୍ୟାଧରପୁର ଓ ମାହାଙ୍ଗାର ଓଳକଣା ଘରେ ଏକକାଳୀନ ରାତି ଅଧିଆ ଚଢାଉ କରିଥିଲା। ରେଡ୍ ବେଳେ ରାୟଗଡା ଘରୁ ୨ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ ହୋଇଛି। ରାତି ସୁଧା ୪ ଲକ୍ଷ ୯୦ ହଜାର ଟଙ୍କା ଭିଜିଲାନ୍ସ ଜବତ କରିଥିବା ବେଳେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ନେଇ ଭିଜିଲାନ୍ସ ଏସବୁ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଟଙ୍କା ନେଇ ବେଆଇନ ବାଲି ଚାଲାଣ ପାଇଁ ଅନୁମତି ଦେବା ପରି ସାଂଘାତିକ ଅଭିଯୋଗ ତାଙ୍କ ନାଁରେ ପୂର୍ବରୁ ରହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook