Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିମସାର ଅଧୀକ୍ଷକ ଗିରଫ

    Share on :
    ajab-Image
    Date: Jul 1, 2026    Views: 3431

    ଭୁବନେଶ୍ଵର:ଆୟ ବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର) ଅଧୀକ୍ଷକ ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କୁ ଗିରଫ କଲା ଭିଜିଲାନ୍ସ।  ମଙ୍ଗଳବାର ଅଶ୍ୱିନୀଙ୍କର ବିଭିନ୍ନ ସ୍ଥାନରେ ଥିବା ଘରଗୁଡିକରେ ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଥିଲା। ସମ୍ବଲପୁର ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର ଏବଂ ବରଗଡ ଜିଲାର ମୋଟ ୫ଟି ସ୍ଥାନରେ ଏହି ଖୋଳତାଡ କରାଯାଇଥିଲା।ତାଙ୍କ ପାଖରୁ ୩ଟି କୋଠା (୮୧୪୫ ବର୍ଗଫୁଟର ୧ଟି ବହୁମହଲା କୋଠା), ୧ ଷ୍ଟୋର ରୁମ୍, ୮୩ ଗ୍ରାମ ସୁନା, ୧୦ଟି ମୂଲ୍ୟବାନ ପ୍ଲଟ୍ ଜବତ କରଯାଇଛି।

    ଏହି ଚଢ଼ାଉରେ ଭିଜିଲାନ୍ସର ୫ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ୩ ଜଣ ଏଏସଆଇଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ସାମିଲ ରହିଥିଲେ। ବୁର୍ଲା ମେଡିକାଲ ଷ୍ଟାଫ କଲୋନୀରେ ଥିବା ସରକାରୀ କ୍ବାଟର, ବୁର୍ଲା ସୌରଭ ବିହାରରେ ନିର୍ମାଣାଧୀନ ଏକ ଚାରି ମହଲା କୋଠା, ବୁର୍ଲା ପଠାନବନ୍ଧରେ ଥିବା ଅନ୍ୟ ଏକ କୋଠା ଏବଂ ବରଗଡ଼ ଜିଲା ଗୋବିନ୍ଦପାଲିରେ ଥିବା ବାସଭବନ ସମେତ ବୁର୍ଲା ଭିମସାର କାର୍ଯ୍ୟାଳୟରେ ଥିବା ତାଙ୍କ ସରକାରୀ ଅଫିସ ପ୍ରକୋଷ୍ଠରେ ଭିଜିଲାନ୍ସ ଟିମ ପକ୍ଷରୁ ଯାଞ୍ଚ କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook