Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବନୀକରଣ କାର୍ୟ୍ୟରେ ଦୁର୍ନୀତି: ଓରିଙ୍ଗା ଜଙ୍ଗଲରେ ଭିଜିଲାନ୍ସ ଟିମ୍‌

    Share on :
    ajab-Image
    Date: Jun 2, 2026    Views: 2964

    ଆଠଗଡ:କଟକ ଜିଲା ଆଠଗଡ଼ ବନାଞ୍ଚଳ ଅନ୍ତର୍ଗତ ଓରିଙ୍ଗା ସଂରକ୍ଷିତ ଜଙ୍ଗଲରେ ୨୫ ହେକ୍ଟର ଜମିରେ କରାଯାଇଥିବା ବନୀକରଣ କାର୍ୟ୍ୟରେ ଦୁର୍ନୀତି ଅଭିଯୋଗ ଆସିବା ପରେ ବିଭାଗୀୟ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।ସୂଚନା ଅନୁଯାୟୀ, କଟକ ବନବିଭାଗର ଦୁର୍ନୀତି ନିବାରଣ ଶାଖା ପକ୍ଷରୁ ସହକାରୀ ବନ ସଂରକ୍ଷକ ବବିତା ସୋରେନଙ୍କ ନେତୃତ୍ୱରେ ଏକ ଦଳ ଗଠନ କରାଯାଇଥିଲା। ଏହି ଦଳରେ ନିରୀକ୍ଷିକା ସପଲିନା ସୁଚରିତା ସାହୁଙ୍କ ସହ ମୋଟ ୯ ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ।ଦଳଟି ବନୀକରଣ କ୍ଷେତ୍ରକୁ ପହଞ୍ଚି ସ୍ଥଳପରିଦର୍ଶନ କରିବା ସହ ଲଗାଯାଇଥିବା ଗଛମାନଙ୍କର ଗଣନା କରିଥିଲେ। ଅଭିଯୋଗ ଅନୁସାରେ, ବନପାଳ ଆଶିଷ ନାଏକଙ୍କ ବିରୋଧରେ ବନୀକରଣ କାର୍ୟ୍ୟରେ ଅନିୟମିତତା ଓ ଅନୀତି ଘଟିଥିବା ଅଭିଯୋଗ ଆସିଥିଲା।ସ୍ଥାନୀୟ ବନରକ୍ଷୀଙ୍କ ଦ୍ୱାରା ଦାଖଲ ହୋଇଥିବା ଅଭିଯୋଗକୁ ଆଧାର କରି ଏହି ଚଢ଼ାଉ କରାଯାଇଥିବା ବନାଞ୍ଚଳ ଅଧିକାରୀ ସୁଷମା ସାହୁ ସୂଚନା ଦେଇଛନ୍ତି।
    ଘଟଣା ସମ୍ପର୍କରେ ତଦନ୍ତ ଜାରି ରହିଥିବା ବେଳେ ଅନିୟମିତତା ସାବ୍ୟସ୍ତ ହେଲେ ସମ୍ପୃକ୍ତଙ୍କ ବିରୋଧରେ କଡ଼ା ପ୍ରଶାସନିକ କାର୍ୟ୍ୟାନୁଷ୍ଠାନ ନେଇଯିବ ବୋଲି ଜଣାପଡ଼ିଛି।

    Maximum 500 characters

    ତାଜା ଖବର View all

    Find Us on Facebook