Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ଚଢାଉ, ବହୁ ମୂଲ୍ୟବାନ କାଠ ଜବତ

    Share on :
    ajab-Image
    Date: May 7, 2026    Views: 2353

    କଟକ: ଭିଜିଲାନ୍ସ ବଡ଼ ଚଢାଉ। ଜବତ ହୋଇଛି ବହୁ ମୂଲ୍ୟବାନ କାଠ। କଟକ ଭିଜିଲାନ୍ସ ଓ ବନ ବିଭାଗ ମିଳିତ ଚଢାଉ କରି କଟକ ବନଖଣ୍ଡ ଟାଙ୍ଗୀ ସଫା ଗ୍ରାମରୁ ବିପୁଳ ପରିମାଣର ମୂଲ୍ୟବାନ କାଠ ଜବତ୍ କରିଛନ୍ତି। 

    ସୂଚନା ମୁତାବକ, ଲକ୍ଷାଧିକ ଟଙ୍କାର କାଠ ଗ୍ରାମ ନିକଟରେ ଗଚ୍ଛିତ ଥିବା ଖବର ପାଇ ଚଢାଉ କରାଯାଇଥିଲା। କାଠ ବେପାରୀ ଫେରାର ଥିବା ବେଳେ ବନବିଭାଗ କାଠ ଗୁଡିକୁ ଜବତ କରି ଭଗତପୁର ବନ କାର୍ୟ୍ୟାଳୟକୁ ଆଣିଛି। ଅଧିକ ତଦନ୍ତ କରାଯାଉଥିବା କହିଛନ୍ତି ଡାଳିଯୋଡ଼ା ରେଞ୍ଜର।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook