Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୨ ଲକ୍ଷ ୩୪ ହଜାର ଟଙ୍କା ସହିତ ଧରାପଡ଼ିଲେ ଗୁଡ଼ାରି ରେଞ୍ଜର

    Share on :
    ajab-Image
    Date: Apr 13, 2026    Views: 2786

    ରାୟଗଡ଼ା:ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଡ଼ାରି ରେଞ୍ଜର ସୁକୁମାର ଦୁଖୁ।  ସେ ନବରଙ୍ଗପୁର ସହର ସ୍ଥିତ ନିଜ ଘରକୁ ନିଜ ଗାଡ଼ିରେ ଯାଉଥିବା ବେଳେ ବେଳେ ଇନ୍ଦ୍ରାବତୀ ବ୍ରିଜ ନିକଟରେ ତାଙ୍କୁ ଧରିଥିଲା ଭିଜିଲାନ୍ସ।  ଯାଞ୍ଚ ବେଳେ ତାଙ୍କ ନିକଟରୁ ନଗଦ ୨ ଲକ୍ଷ ୩୪ ହଜାର ୮୦୦ ଟଙ୍କା ପାଇଥିଲା ଭିଜିଲାନ୍ସ। ଏତେ ପରିମାଣରେ ନଗଦ ଟଙ୍କା ସହିତ ରେଞ୍ଜର ସୁକୁମାର ଦୁଖୁ ଧରାପଡ଼ିବା ପରେ ତାଙ୍କର ଗୁଡ଼ାରି ସ୍ଥିତ ସରକାରୀ ବାସଭବନ ସହିତ ନବରଙ୍ଗପୁରର ସେନାପତି ସାହିରେ ଥିବା ତାଙ୍କ ଘରେ ଭିଜିଲାନ୍ସର ଦୁଇଟି ପୃଥକ ପୃଥକ ଟିମ୍ ଚଢ଼ାଉ କରିଛନ୍ତି।ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook