Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଉଠାଇନେଲା ଭିଜିଲାନ୍ସ

    Share on :
    ajab-Image
    Date: Apr 8, 2026    Views: 3471

    ଗଞ୍ଜାମ: ମେଡିକାଲ୍ ଏରିୟର ଟଙ୍କା ହଡ଼ପ ମାମଲାରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଗଞ୍ଜାମ କୋଦଳା ଡାକ୍ତରଖାନାର ୫ କର୍ମଚାରୀଙ୍କୁ ଭିଜିଲାନ୍ସ ଉଠାଇ ନେଇଛି। ୫ ଅଭିଯୁକ୍ତଙ୍କୁ ପ୍ରଥମେ CDMO କାର୍ଯ୍ୟାଳୟକୁ ନିଆଯାଇ ତନାଘନା କରାଯାଇଥିଲା। ସେଠାରୁ ପଚରାଉଚରା ପରେ ଏକ ଅଜ୍ଞାତ ସ୍ଥାନକୁ ନେଇ ଜେରା ଚାଲିଛି। 
    ଏନେଇ ଭିଜିଲାନ୍ସ ପକ୍ଷରୁ ପରେ ବିସ୍ତୃତ ସୂଚନା ଦିଆଯିବ ବୋଲି ଜଣାପଡ଼ିଛି। ଏଯାବତ୍ ଏହି ମାମଲାରେ ୭ ଜଣ ସମ୍ପୃକ୍ତ ଥିଲା ବେଳେ ଭିଜିଲାନ୍ସ ତଦନ୍ତ ପରେ ଆଉ କିଛି ବଡ଼ ମାଛ ଫସି ପାରନ୍ତି। କୋଦଳା ଡାକ୍ତରଖାନାରେ ଅଢ଼େଇ କୋଟି ଟଙ୍କା ହେରଫେର ହୋଇଥିବା ସାମ୍ନାକୁ ଆସିଥିଲା। 
    ଅନ୍ୟ କର୍ମଚାରୀଙ୍କ ନାଁରେ ଅଧିକ ଟଙ୍କା ଏରିୟର ନେଇ ହଡ଼ପ କରାଯାଇଥିବା ଅଭିଯୋଗ ହୋଇଛି। ତଦନ୍ତ ପରେ CDMO ଏଥିରେ ସମ୍ପୃକ୍ତ ୭ ଜଣଙ୍କୁ ନିଲମ୍ବନ କରିଥିଲେ। ଅଧିକାରୀଙ୍କ ଡିଜିଟାଲ ଦସ୍ତଖତକୁ ଜାଲି କରି ଏପରି ହୋଇଥିବା ଜଣାପଡ଼ିଥିଲା। ତେଣୁ ଉଚ୍ଚସ୍ତରୀୟ ଭିଜିଲାନ୍ସ ତଦନ୍ତ ଲାଗି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସୁପାରିଶ କରିଥିଲା।

    Maximum 500 characters

    ତାଜା ଖବର View all

    Find Us on Facebook