Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବରିଷ୍ଠ ରାଜସ୍ୱ ସହାୟକ ଗିରଫ

    Share on :
    ajab-Image
    Date: Dec 25, 2025    Views: 3050

    ସମ୍ବଲପୁର : ଭିଜିଲାନ୍ସ ଜାଲରେ ବରିଷ୍ଠ ରାଜସ୍ୱ ସହାୟକ। ଠୁଳ କରିଥିଲେ ଆୟଠୁ ଅଧିକା। ସମ୍ବଲପୁର ବନ୍ଦୋବସ୍ତ ଅଧିକାରୀଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ ବାସୁଦେବ ଭୋଇଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଭିଜିଲାନ୍ସ।   

    ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ସମ୍ବଲପୁର ବନ୍ଦୋବସ୍ତ କାର୍ୟ୍ୟାଳୟରେ କାର୍ୟ୍ୟରତ ବାସୁଦେବ ଭୋଇଙ୍କ ଘରେ ରେଡ୍ କରିଥିଲା। ଚଢାଉ ବେଳେ ତାଙ୍କର ବିପୁଳ ସମ୍ପତ୍ତି ଠାବ ହୋଇଥିଲା। ବାସୁଦେବଙ୍କର ବରଗଡ଼ ଟାଉନରେ ଏକ ବହୁମହଲା ବିଶିଷ୍ଟ କୋଠା, ସମ୍ବଲପୁର ସହରରେ ଏକ କୋଠା, ୧୬ଟି ପ୍ଲଟ୍, ଏକ ଚାରି ଚକିଆ ଗାଡି ଏବଂ ବ୍ୟାଙ୍କ ଡିପୋଜିଟ୍ ଠାବ ହୋଇଥିଲା। ଏହାପରେ ଭିଜିଲାନ୍ସ ବାସୁଦେବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook