Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଭିଜିଲାନ୍ସ ହାତରେ ଧରାପଡିଲେ ଧର୍ମଗଡ ଉପଜିଲ୍ଲାପାଳ

    Share on :
    ajab-Image
    Date: Jun 9, 2025    Views: 3160

    ଭବାନୀପାଟଣା: ଧର୍ମଗଡ ଉପ ଜିଲ୍ଲାପାଳ ଧିମାନ ଚକମା, ଆଇଏଏସ, ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ସେଲ ଦ୍ଵାରା ଧରା ପଡ଼ିଛନ୍ତି। ତାଙ୍କ ସରକାରୀ ଘର ତନଖି ବେଳେ ଭିଜିଲାନ୍ସ ଟିମ୍ ୪୭ ଲକ୍ଷ ଟଙ୍କା ଠାବ କରିଛି। ଜଣେ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଦାବି କରି ୧୦ ଲକ୍ଷ ନେବା ବେଳେ ଆଜି ରାତିରେ ଭୁବନେଶ୍ୱରରୁ ଆସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିଲେ। ତାଙ୍କ ନିକଟରୁ ରାସାୟନିକ ପ୍ରଲେପ ଦିଆ ୧୦ ଲକ୍ଷ ଟଙ୍କା ଜବତ ହେଇଥିଲା। ଖବର ଲେଖାଗଲା ବେଳକୁ ଉପ ଜିଲାପାଳଙ୍କ ସରକାରୀ ଘର ଏବଂ ଅଫିସ ତନଖି ଚାଲିଛି। ଗତପ୍ରାୟ ଦେଢବର୍ଷ ତଳେ ସେ ଧର୍ମଗଡ ଉପ ଜିଲ୍ଲାପାଳ ଭାବେ ଯୋଗ ଦେଇଥିଲେ। ରାତିରେ ଚଢାଉ ସରିଲେ ବିଳମ୍ୱିତ ରାତିରେ ତାଙ୍କୁ ସ୍ଥାନୀୟ ଭିଜିଲାନ୍ସ ଡିଏସପିଙ୍କ ଅଫିସକୁ ଆଣି ପଚରା ଉଚରା କରାଯିବାର ସମ୍ଭାବନା ଅଛି।

    Maximum 500 characters

    ତାଜା ଖବର View all

    Find Us on Facebook