Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଫୋନକୁ ଆସିଲା ଭାବି ବୋହୂଙ୍କ ଅଶ୍ଳୀଳ ଭିଡିଓ....

    Share on :
    ajab-Image
    Date: Nov 29, 2024    Views: 4825

    ନୂଆଦିଲ୍ଲୀ: ରାଜସ୍ଥାନର ଚୁରୁରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ବରଙ୍କ ବାପାଙ୍କ ଫୋନକୁ ତାଙ୍କ ଭାବି ବୋହୂଙ୍କ ଅଶ୍ଳୀଳ ଭିଡିଓ ଆସିବା ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଯାହାକୁ ନେଇ ଉଭୟ ବର ଓ କନ୍ୟାଙ୍କ ପରିବାରଲୋକ ସ୍ତବ୍ଧ ହୋଇଯାଇଛନ୍ତି।  କନ୍ୟାଙ୍କ ଦାଦା ଏସମ୍ପର୍କରେ ବିବାହ ସ୍ଥିର ହୋଇଥିବା ଝିଆରି ସହିତ କଥା ହେବାରୁ ସେ କହିଥିଲେ, ‘ଗୁଜୁରାଟରେ ସୁରଟର ଏକ କଲେଜରେ ପାଠପଢ଼ୁଥିବା ବେଳେ ଜିଶାନ ନାମକ ଜଣେ ଯୁବକ ମୋତେ ଦୁଷ୍କର୍ମ କରି ଭିଡିଓ କୈଦ କରିଥିଲା। ଏମିତି କି ସେ ତାର ସମ୍ପର୍କୀୟ ଘରକୁ ନେଇ ମୋ ଫ‌ଟୋ ବି ଉଠାଇଥିଲା। ଭିଡିଓ ଭାଇରାଲ ନହେବା ଭୟରେ ସେ ଯାହା କହୁଥିଲା ମୁଁ ତା କଥାରେ ରାଜି ହୋଇଯାଉଥିଲି।

    ଏହି ଭିଡିଓକୁ ଆଧାର କରି ସେ ମୋତେ ବ୍ଲାକମେଲ ବି କରୁଥିଲା। ମୁଁ ଘରକୁ ଆସିବା ପରେ ବି ସେ ମୋତେ କ୍ରମାଗତ ଭାବେ ଫୋନ କରି ଧମକ ଦେଉଥିଲା କି ମୋର ବିବାହ ଅନ୍ୟତ୍ର ହେବାକୁ ଦେବ ନାହିଁ।  ପୀଡ଼ିତାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଜିଶ‌ାନକୁ ଗିରଫ ପାଇଁ ତଦନ୍ତ ଆରମ୍ଭ କରିଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook