Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ଉପରାଷ୍ଟ୍ରପତି ନିର୍ବାଚନ

    Share on :
    ajab-Image
    Date: Aug 6, 2022    Views: 2702

    ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ନିର୍ବାଚନ । ସଂସଦ ଭବନରେ ଦିନ ୧୦ଟାରୁ ମତଦାନ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ୟ୍ୟନ୍ତ ଚାଲିବ ।NDA ପକ୍ଷରୁ ଜଗଦୀପ ଧନକଡ଼ ପ୍ରାର୍ଥୀ ହୋଇଥିବା ବେଳେ ମିଳିତ ବିରୋଧୀ ଦଳ ପ୍ରାର୍ଥିନୀ ହୋଇଛନ୍ତି ମାର୍ଗାରେଟ୍‌ ଆଲ୍‌ଭା । ସମସ୍ତ ଗଣିତ ଓ ଆକଳନ ମୁତାବକNDA ପ୍ରାର୍ଥୀ ଜଗଦୀପ ଧନକଡ଼ ଉପରାଷ୍ଟ୍ରପତି ନିର୍ବାଚନରେ ବାଜିମାତ୍‌ କରିବେ ବୋଲି ଆଲୋଚନା ହେଉଛି ।

    ଉପରାଷ୍ଟ୍ରପତି ନିର୍ବାଚନରେ ଉଭୟ ଗୃହର ମୋଟ ୭୮୮ ଜଣ ସଦସ୍ୟ ମତଦାନ କରିବେ । ଲୋକସଭାର ୫୪୩ ଜଣ ସଦସ୍ୟ ଓ ରାଜ୍ୟସଭାର ୨୩୩ ଜଣ ସଦସ୍ୟ ଉପରାଷ୍ଟ୍ରପତିଙ୍କ ପାଇଁ ନିଜ ମତ ସାବ୍ୟସ୍ତ କରିବେ । ତେବେ ଏହି ନିର୍ବାଚନରେ ରାଜ୍ୟର କୌଣସି ବିଧାୟକ ମତଦାନ କରିବେ ନାହିଁ । ଅଗଷ୍ଟ ୧୦ ତାରିଖରେ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ କାର୍ୟ୍ୟକାଳ ଶେଷ ହେବ । ଏହାପରେ ନୂଆ ଉପରାଷ୍ଟ୍ରପତି ଦାୟିତ୍ବ ନେବେ । ଅଗଷ୍ଟ ୬ ତାରିଖରେ ଉପନିର୍ବାଚନ ପରେ ସେହିଦିନ ଭୋଟ ଗଣତି ହୋଇ ନୂଆ ଉପରାଷ୍ଟ୍ରପତି ନିର୍ବାଚିତ ହେବେ । ଏହି ନିର୍ବାଚନକୁ ବୟକଟ୍‌ କରିଛି ଟିଏମ୍‌ସି । ରାଷ୍ଟ୍ରପତି ନିର୍ବାଚନରେ ଉପଯୁକ୍ତ ସମର୍ଥନ ନମିଳିବାରୁ ତୃଣମୂଳ କଂଗ୍ରେସ ଏଭଳି ନିଷ୍ପତ୍ତି ନେଇଥିବା ଆଲୋଚନା ହେଉଛି ।

    Maximum 500 characters

    ତାଜା ଖବର View all

    Find Us on Facebook