Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜ୍ଞପ୍ତି ଜାରିି: ଜୁଲାଇ ପହିଲା ରୁ VBGRAMG ଆକ୍ଟ-୨୦୨୫ ଲାଗୁ

    Share on :
    ajab-Image
    Date: May 11, 2026    Views: 2675

    ନୂଆଦିଲ୍ଲୀ: ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସୋମବାର VBG RAMG ଆକ୍ଟ-୨୦୨୫ ଲାଗୁ ହେବା ନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି କରିଛି। ଜୁଲାଇ ପହିଲା ୨୦୨୬ରୁ VB-G RAM G ଆକ୍ଟ ଲାଗୁ ହେବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ଏହା ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଲାଗୁ ହେବା ନେଇ ବିଜ୍ଞପ୍ତିରେ ଅବଗତ କରାଯାଇଛି।

    ମହାତ୍ମା ଗାନ୍ଧି ନିଶ୍ଚିତ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନା ବା ମନରେଗାର ନାଁ ବଦଳାଇ ଦେଇଛନ୍ତି କେନ୍ଦ୍ର ସରକାର। ଏମଜିନରେଗାର ନାଁ ବଦଳାଇବା ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ମୋହର ମାରିଛନ୍ତି। ଏବେ ଏହି ଗ୍ରାମୀଣ ନିଯୁକ୍ତି ଯୋଜନା ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଗ୍ୟାରେଣ୍ଟୀ ଯୋଜନା ଭାବେ ପରିଚୟ ହାସଲ କରିଛି। 

    କେନ୍ଦ୍ର ସରକାର କେବଳ ନାଁ ବଦଳାଇ ନାହାନ୍ତି, ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କାର୍ୟ୍ୟ ଦିବସକୁ ମଧ୍ୟ ବୃଦ୍ଧି କରିଛନ୍ତି। ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟ ଆଇନ ୨୦୦୫ ନାଁ ଅନୁସାରେ ପ୍ରଥମେ କଂଗ୍ରେସ କ୍ଷମତାସୀନ ୟୁପିଏ ସରକାର ଏହାକୁ ଲଞ୍ଚ କରିଥିଲେ। ଏହା ନରେଗା ନାଁରେ ପ୍ରଥମ ପରିଚିତ ଥିଲେ।
    ପରବର୍ତ୍ତୀ ଅବସ୍ଥାରେ ଏହା ମହାତ୍ମା ଗାନ୍ଧି ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟୀ ଆଇନ ବା ଏମଜିନରେଗା ବା ମନେରଗା ନାଁକୁ ପରିବର୍ତ୍ତନ କରାଯାଇଥିଲା। ଏବେ ୨୦୨୫ରେ ଏହି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପୁଣି ବଦଳିଛି। ଏଥିସହ ଏହାର କାର୍ୟ୍ୟ ଦିବସ ମଧ୍ୟ ବଢ଼ିଛି। 

    ଗ୍ରାମାଞ୍ଚଳର ଲୋକଙ୍କୁ ବର୍ଷକ ମଧ୍ୟରେ ଅତିକମରେ ଏତିକି ଦିନ କାର୍ୟ୍ୟ ଯୋଗାଇ ଦେଇ ସେମାନଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ଏହି ଯୋଜନାକୁ ଲାଗୁ କରାଯାଇଥିଲା। ଏହା ସମୟକ୍ରମେ ସବୁଠାରୁ ବଡ଼ କେନ୍ଦ୍ରୀୟ ନିଯୁକ୍ତି ଯୋଜନାରେ ପରିଣତ ହୋଇଛି।

     କାମ କରିବାକୁ ଚାହୁଁଥିବା ଗ୍ରାମାଞ୍ଚଳର ଲୋକଙ୍କୁ ସରକାର କାର୍ୟ୍ୟ ଯୋଗାଇ ଦେବା ସହ ସେମାନଙ୍କୁ ଏହି ଯୋଜନା ଅନୁସାରେ ମଜୁରୀ ଦେଉଛନ୍ତି। ଗ୍ରାମାଞ୍ଚଳରେ କାମର ଅଭାବକୁ ଦୂର କରିବା ଓ ଲୋକଙ୍କ ଜୀବନକୁ ଅଧିକ ସ୍ୱାଭାବଲମ୍ବୀ କରିବାରେ ଏମଜିନରେଗା ବା ମନେରଗା ୨୦୦୫ରୁ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି। ଆଗକୁ ମଧ୍ୟ ଏହା ଲୋକଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବ ବୋଲି ସମସ୍ତେ ଆଶା ରଖିଛନ୍ତି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook