ମୁଖ୍ୟ ଖବର
ନୂଆଦିଲ୍ଲୀ: ବହୁ ବିରୋଧ ପରେ ଲୋକସଭାରେ ପାରିତ ହେଲା ଭିବି-ଜି ରାମ୍-ଜି ବିଲ୍ । ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଆଜି ପାରିତ ହୋଇଛି ବିଲ୍ । ୟୁପିଏ ସରକାର ସମୟରୁ ପ୍ରଚଳିତ ମନରେଗା ଯୋଜନାର ନାମ ପରିବର୍ତ୍ତନ କରାଯିବାକୁ ନେଇ ଚଳିତ ଅଧିବେଶନ ଆରମ୍ଭରୁ ଉଭୟ ଶାସକ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ଉସ୍ମତା ଦେଖା ଦେଇଥିଲା ।
ଗ୍ରାମୀଣ ନିଯୁକ୍ତି ଆଇନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଇବା ନେଇ ବିରୋଧୀ ଦଳଗୁଡ଼ିକର ବିରୋଧ ମଧ୍ୟରେ ଲୋକସଭାରେ ଭିବି-ଜି ରାମ୍-ଜି ବିଲ୍ବିଲ୍, ୨୦୨୫ ପାସ୍ କରିଛି । କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସଂସଦରେ ଭାଷଣ ଦେବା ସମୟରେ ବିରୋଧୀ ଦଳଗୁଡ଼ିକୁ ସମାଲୋଚନା କରି କହିଥିଲେ ଯେ ନିର୍ବାଚନ ଯୋଗୁଁ ପୂର୍ବ ଏନଆରଇଜିଏ ଆଇନରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା । ୨୦୦୯ ନିର୍ବାଚନକୁ ଆଖି ଆଗରେ ରଖି ଏନଆରଇଜିଏରେ ମହାତ୍ମା ଗାନ୍ଧୀଙ୍କ ନାମ ଯୋଡା ଯାଇଥିଲା ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ ।
ଅଲୋଚନା ସମୟରେ ଅନେକ ବିରୋଧ ଦେଖିବାକୁ ମିଳିଥିଲା । ବିଶେଷ କରି ବିରୋଧୀ ସାଂସଦ ମାନେ ଯୋଜନରୁ ମହାତ୍ମା ଗାନ୍ଧୀଙ୍କ ନାମ ହଟାଯିବାକୁ ନେଇ ପ୍ରବଳ ହଟ୍ଟଗୋଳ କରିଥିଲେ । ଗତ ୧୬ତାରିଖରେ ପ୍ରସ୍ତାବ ଗୃହୀତ ସମୟରେ ଗୃହରେ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଓ ଶଶୀ ତରୁର ପ୍ରବଳ ବିରୋଧ କରିଥିଲେ । ଫଳରେ ଗୃହ ମୁଲତବୀ ରହିବା ସହ ସାଂସଦ ମାନେ ସଂସଦ ପରିସରେକ ଥିବା ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
Comments ସମସ୍ତ ମତାମତ