Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଭିବି-ଜି ରାମ ଜି ବିଲ୍ କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

    Share on :
    ajab-Image
    Date: Dec 22, 2025    Views: 3094

    ନୂଆଦିଲ୍ଲୀ: ଭିବି-ଜି ରାମ ଜି (ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା) ବିଲ୍ କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଅନୁମୋଦନ। ଏହି ବିଲ୍ କୁ ରାଷ୍ଟ୍ରପତି ଅନୁମୋଦନ ଦେବା ପରେ ଏହା ଆଇନରେ ପରିଣତ ହୋଇଛି। ପୂର୍ବରୁ ଥିବା ମନରେଗା ଯୋଜନାର ନାଁ ବଦଳାଇ ଏହି ଯୋଜନାକୁ ବିକଶିତ ଭାରତ-ରୋଜଗାର ଏବଂ ଆଜୀବିକା ନାଁ ରେ ନାମିତ କରିଛନ୍ତି କେନ୍ଦ୍ରସରକାର। ଶ୍ରମିକମାନଙ୍କୁ ନିୟମିତ ରୋଜଗାର ଗ୍ୟାରେଣ୍ଟି ୧୦୦ ରୁ ୧୨୫ ଦିନକୁ ବୃଦ୍ଧି କାରାଯାଇଛି। ଚଳିତ ଆର୍ଥିକବର୍ଷରେ ଗ୍ରାମୀଣ ପରିବାରର ଅଣକୁଶଳୀ ବ୍ୟକ୍ତିଙ୍କୁ ଅଧିକ ପ୍ରଧାନ୍ୟ ଦିଆଯାଇଛି। ତାହା ସହ ଶ୍ରମିକମାନେ କାମସରିବାର ସପ୍ତାହେ କିମ୍ବା ୧୫ ଦିନ ଭିତରେ ମଜୁରୀ ଦିଆଯିବା ନେଇ ବ୍ୟବସ୍ଥା କରାଯାଇଛି।ଯଦି ଶ୍ରମିକମାନଙ୍କୁ ସମୟସୀମା ଭିତରେ ମଜୁରୀ ଦିଆନଯାଏ ତାହା ହେଲେ ସଂପୃକ୍ତ ଶ୍ରମିକଙ୍କୁ ବେକାରୀ ଭତ୍ତା ଦିଆଯିବା ନେଇ ପ୍ରସ୍ତାବ ରହିଛି।ଏହି ନୂଆ ଯୋଜନାକୁ ଚାରିଭାଗରେ ବିଭକ୍ତ କରାଯାଇଛି ସେଗୁଡିକ ହେଲା ଜଳ ସୁରକ୍ଷା,ଗ୍ରାମୀଣଭିତ୍ତିଭୂମି,ଜୀମିକାଭିତ୍ତିଭୂମି ଓ ବିପର୍ୟ୍ୟୟପୁନଃନିର୍ମାଣ। କୃଷି କାର୍ୟ୍ୟସମୟରେ ଗ୍ରାମୀଣ ଅଞ୍ଚଳରେ ଶ୍ରମିକମାନେ ବ୍ୟସ୍ତଥିବା କାରଣରୁ ସେହି ସମୟରେ ଏହି ଯୋଜନା ଲାଗୁ ହେବନାହିଁ। ଏହି ଯୋଜନାରେ ସ୍ଵଚ୍ଛତା ରଖିବା ପାଇଁ ଶ୍ରମିକ ମାନଙ୍କୁ ବାୟୋମେଟ୍ରିକ୍ ଓ ଜିଓଟ୍ୟାଗିଂ ବ୍ୟବହାର କରିବା ପାଇଁ କେନ୍ଦ୍ରସରକାରଙ୍କ ପକ୍ଷରୁ ନିଷ୍ପତ୍ତି କରାଯାଇଛି। ଶ୍ରମିକଙ୍କ ସମସ୍ୟା ଶୁଣାଣି ପାଇଁ ବିଭିନ୍ନ ସ୍ତରରେ ବ୍ୟବସ୍ଥା ରଖାଯାଇଛି। ଏହି ଯୋଜନାରେ କାମକରୁଥିବା ଅଣକୁଶଳୀ ଶ୍ରମିକ ମାନଙ୍କୁ ୧୦୦  ପ୍ରତିଶତ ମଜୁରୀ କେନ୍ଦ୍ର ବହନକରୁଥିବା ବେଳେ କୁଶଳୀ ଶ୍ରମିକମାନଙ୍କୁ କାମରେ ବ୍ୟବହାର କରାଗଲେ କେନ୍ଦ୍ର ୬୦ ପ୍ରତିଶତ ଓ ରାଜ୍ୟ ୪୦ ପ୍ରତିଶତ ମଜୁରୀ ପ୍ରଦାନ କରିବେ। କେନ୍ଦ୍ରଶାସିତ ଅଞ୍ଚଳରେ ଶତପ୍ରତିଶତ ଖର୍ଚ୍ଚ ବହନ କରିବ କେନ୍ଦ୍ର। ଏହି ଯୋଜନାରେ ବାର୍ଷିକ ୧ଲକ୍ଷ ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବା ଲାଗି ନିଷ୍ପତ୍ତି କରାଯାଇଛି। ଯୋଜନାରେ ୯୫ ହଜାର ୬୯୨ କୋଟି ଟଙ୍କା ବହନ କରିବେ କେନ୍ଦ୍ରସରକାର।

    Maximum 500 characters

    ଦେଶ ବିଦେଶ View all

    Find Us on Facebook