Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବାସ୍ତୁଶାସ୍ତ୍ର

ମୁଖ୍ୟ ଖବର

    ଆପଣ ସଠିକ୍‌ ନିୟମରେ ଜାଳୁଛନ୍ତି ତ ଦୀପ ?

    Share on :
    ajab-Image
    Date: Jun 18, 2023    Views: 7660

    ଭୁବନେଶ୍ୱର: ହିନ୍ଦୁଧର୍ମରେ ଦୀପ ଜାଳିବାକୁ ସକାରାତ୍ମକତା ତଥା ଶୁଭର ପ୍ରତୀକ ବୋଲି କୁହାଯାଏ। ତେଣୁ ପ୍ରତିଦିନ ପୂଜା କରିବାବେଳେ ଠାକୁରଙ୍କ ପାଖେ ଦୀପ ଜଳାଯାଇଥାଏ। ତେବେ ଏହି ଦୀପ ଜାଳିବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି। ଯେମିତିକି…

    ବାସ୍ତୁଶାସ୍ତ୍ର ଅନୁଯାୟୀ, ଦୀପକୁ କେବେ ବି ଦକ୍ଷିଣ ମୁହଁା କରି ରଖିବେ ନାହିଁ। କାରଣ ଏହି ଦିଗର ସ୍ବାମୀ ହେଲେ ପ୍ରଭୁ ଯମରାଜ। ଦକ୍ଷିଣ ମୁହାଁ କରି ଦୀପ ରଖିଲେ ଘରେ ଧନର ଅଭାବ ଦେଖାଯାଇଥାଏ ବୋଲି ବିଶ୍ୱାସ ରହିଛି। ଦୀପର ମୁହଁ ପୂର୍ବ ଦିଗକୁ ରହିଲେ ଘରର କର୍ତ୍ତାଙ୍କର ଆୟୂଷ ବୃଦ୍ଧି ହୋଇଥାଏ ବୋଲି ମାନ୍ୟତା ରହିଛି। ପଶ୍ଚିମ ମୁହଁା କରି ଦୀପ ଜାଳିବା ବି ଶୁଭ ହୋଇଥାଏ। କୁହାଯାଏ, ଏହି ଦିଗକୁ ଦୀପର ମୁହଁ ରହିଲେ ଯେ କୌଣସି ସମସ୍ୟା ଆସୁ ଆପେ ଆପେ ତାହାର ସମାଧାନର ବାଟ ଖୋଲିଯାଏ।

    ସେହିପରି ଉତ୍ତର ଦିଗକୁ ମଧ୍ୟ ଦୀପର ମୁହଁ ରଖି ଜାଳିଲେ ଧନପ୍ରାପ୍ତି ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। କେବଳ ଠାକୁର ଘର କାହିଁକି, ଦାଣ୍ଡଦୁଆର, ଚଉରା ମୂଳ ଏପରିକି ଘର ପାଖରେ ଥିବା ଅଶ୍ୱତ୍ଥ ଗଛ ମୂଳରେ ମଧ୍ୟ ପ୍ରତିଦିନ ଦୀପ ଜାଳିବା ଶୁଭ ହୋଇଥାଏ। କୁହାଯାଏ, ଅଶ୍ୱତ୍ଥ ଗଛରେ କୁଆଡ଼େ ତେତିଶ କୋଟି ଦେବଦେବୀ ବାସ କରିଥାନ୍ତି।
    ଅନ୍ୟପକ୍ଷେ ଯଦି କୌଣସି ନିକାଞ୍ଚନ ସ୍ଥାନରେ ଶିବଲିଙ୍ଗ ଥିବାର ଜାଣନ୍ତି, ତା’ହେଲେ ପ୍ରତିଦିନ ସନ୍ଧ୍ୟାରେ ସେଠାରେ ଦୀପଟିଏ ଜାଳି ଦେଇ ଆସନ୍ତୁ, ପ୍ରଭୁକୃପା ଲାଭ ହେବ।

    Maximum 500 characters

    ବାସ୍ତୁଶାସ୍ତ୍ର View all

    Find Us on Facebook